ସଡ଼କ ଦୁର୍ଘଟଣା : ଚାଳକ ଗୁରୁତର

 କବାଟବନ୍ଧ : ଚଣ୍ଡିଖୋଲ-ଡ଼ୁବୁରୀ ୫୩ନମ୍ବର ଜାତୀୟ ରାଜପଥ ଜେନାପୁର ଥାନା ଅଧିନ କୁସୁନପୁର ଛକ ନିକଟରେ ଏକ ହାଇୱା ସହିତ ଟିପ୍ସଟଲ ଧକ୍କାରେ ଚାଳକ ସୋନୁ ପାଲ (୩୮) ଆହତ ହୋଇ ମେଡ଼ିକାଲରେ ଭର୍ତ୍ତିର୍ ହୋଇଛି । ମଙ୍ଗଳବାର ଅପରାହ୍ନରେ ବାଲିସାହିରୁ ଡ଼ୁବୁରୀ ଅଭିମୁଖେ ଯାଉଥିବା ଚିପ୍ସି ବୋଝେଇ ହାଇୱା ଓଡି୦୪ଏଚ-୯୮୯୩ ସହିତ ଓଡି୨୯ଏନ-୬୬୭୭ ଟିପ୍ପଟଲ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟିପ୍ପଟଲ ଚାଳକ ଗାଡ଼ି ଭିତରେ ଚାପି ହୋଇ ଫସି ରହିଯାଇଥିଲେ । ଖବର ପାଇ ଚଡେଇଧରା ଅଗ୍ନିଶମ ବାହିନୀ ପହଁଚି  ଚାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଧର୍ମଶାଳା ମେଡିକାଲକୁ ପଠାଇଥିଲା ।