ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଆସିକା: ଆସିକା ତହସିଲ ପଡିଆରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ, ଆସିକା ପଂଚାୟତ ସମିତିର ଉପାଧ୍ୟକ୍ଷା ରେଶମା ଦୋରା, ବ୍ଲକର ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥି, ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡା, ଏବିଡ଼ିଓ ତଥା ଏକାଉଣ୍ଟେଟ ପ୍ରିୟମ୍ବଦା କଁଅର, ସାମାଜିକ ସୁରକ୍ଷା ଅଧିକାରୀ ଆକାଶିନୀ ନାୟକ, ସୁକାନ୍ତ ନାୟକ ସମେତ ବହୁ ପଂଚାୟତ ପ୍ରତିନିଧି ଯୋଗ ଦେଇଥିଲେ ।  ଆସିକା ବ୍ଲକର ୨୭ ପଂଚାୟତର ସମସ୍ତ ଗ୍ରାମର ଏବଂ ଆସିକା ଏନଏସିର ୧୮ ୱାର୍ଡର ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଉପଯୁକ୍ତ ସାମାଜିକ ସେବା ଓ ସାହାଯ୍ୟ ପାଇଁ ସ୍କାଉଟଗାଇଡ୍, ଏନସିସି ବିଦ୍ୟାର୍ଥୀମାନେ ସହଯୋଗ କରିଥିଲେ ।  ଏହି ଶିବିରକୁ ୨୧୧ ଜଣ ଶାରୀରିକ ବାଧକତା, ୩୦ଜଣ ଦୃଷ୍ଟି ବାଧିତ, ୮୨ଜଣ ଶ୍ରବଣ ବାଧିତ, ୨୫ଜଣ ବୌଦ୍ଧିକ ଅକ୍ଷମତା, ୪୧ ଜଣ ମସ୍ତିଷ୍କ ପକ୍ଷଘାତମାନଙ୍କୁ ଚିକିସôା, ୦୧ଜଣ ଅକ୍ଟିଜାମ, ୧୬ଜଣ ବହୁ ବିଧବଧକତା, ୦୨ ଜଣ ସିକିଲସେଲ, ୦୭ଜଣ ବାକ ଓ ଭାଷା ବାଧକତା, ୦୩ଜଣ ଥାଳସେମିଆ, ୦୧ଜଣ ହେମୋଫେଲିଆ, ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଆବଶ୍ୟକୀୟ ସୁବିଧା କରାଯାଇଥିଲା । ଏଥିସହିତ ୪୨ ଜଣ ଚଳନ ବାଧିତ, ୩୫ ଜଣ ଶ୍ରବଣ ବାଧିତ ୨୬ ଜଣ ଦୃଷ୍ଟି ବାଧିତ, ୦୮ଜଣ ମସ୍ତିଷ୍କ ପକ୍ଷାଘାତ , ୦୪ ଜଣ ବୌଦ୍ଧିକ ବାଧିତ ମିଶି ମୋଟ ୧୧୫ ଜଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର ନିମନ୍ତେ ଆବେଦନ କରିଥିବା ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଶିବିରରେ ଡାକ୍ତର ଅଶୋକ ମହାପାତ୍ର, ଡାକ୍ତର ସିଆର ପଟନାୟକ, ରୋମାଳିନ ପଟ୍ଟନାୟକ, ସୁଶାନ୍ତ କୁମାର ବେହେରା, ସୃଷ୍ଟି ସାହୁ ଏବଂ ସହଯୋଗୀ ରୂପେ ପ୍ରଶାନ୍ତ କୁମାର ନାୟକ, ମୁରଲୀ ଧର ବେହେରା, ଭଗବାନ ପ୍ରଧାନ, ରୁବିନା ଶତପଥି ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।