ମୁଗକ୍ଷେତ ବୁଲିଲେ ଜିଲ୍ଲାପାଳ
ଦଶରଥପୁର: ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ ଦଶରଥପୁର ବ୍ଲକ୍ର ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ମୁଗକ୍ଷେତ ବୁଲି ଦେଖିଥିଲେ । ବ୍ଲକ୍ର ଛଚିଣା ହୋସେନପୁର ଗ୍ରାମରେ ହୋଇଥିବା ମୁଗ ଚାଷକୁ ଦେଖି ଜିଲଳପାଳ ସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରେ ଉପସ୍ଥିତ ବିଭିନ୍ନ ଚାଷୀଙ୍କଠାରୁ ସେମାନଙ୍କ ଅଭାବ ଅସୁବିଧା ଶୁଣିବା ସହ ତାହାର ସମାଧାନ ନିମନ୍ତେ ବିଭାଗୀୟ କୃଷି ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲାପାଳଙ୍କ ଗସ୍ତ ସମୟରେ ସେହି ଅସଙ୍ଖଳରେ ଡ୍ରୋନ ସାହାଯ୍ୟରେ ମୁଗରେ ଔଷଧ ବିତରଣ କରାଯାଇଥିଲା । ଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହ ଜିଗଳ କୃଷି ଅଧିକାରୀ ଅରୁଣ କୁମାର ବେହେରା, ସ୍କିମ ଅଫିସର ମନୋଜ କୁମାର ରାଉତ, ବ୍ଲକ୍ କୃଷି ଅଧିକାରୀ ସ୍ୱାଗତିକା ମିଶ୍ର, ସହକାରୀ କୃଷି ଅଧିକାରୀ ଶୁଭ୍ରଜିତ ବେହେରା, ଅନନ୍ତ ନାରାୟଣ ମଲ୍ଲିକ, ଭି.ଏ.ଡବ୍ଲୁ୍ୟ ଗୀତାଞ୍ଜଳୀ କର, ଦୀପକ ପ୍ରସାଦ ମହାପାତ୍ର, ସମୀର ସୋରେନ, ଲିଲି ଜେନା, ଏହି ମୁଗ ଚାଷର ଜିଲ୍ଲା କୋ-ଅଡ଼ିନେଟର ଉଦିତ୍ କୁମାର ରାୟ, ଷ୍ଟେଟ୍ କୋ-ଅଡ଼ିନେଟର ଗିରିଜା ପ୍ରସାଦ ସ୍ୱାଇଁ, ଏନ୍ଜିଓ ମୁଖ୍ୟ ପ୍ରଦୁ୍ୟମ୍ନ ନାୟକ, ବ୍ଲକ୍ର ଏନ୍.ଜି.ଓ ସଂଯୋଜକ ଆଲୋକ କୁମାର ଦାସ, କ୍ଲଷ୍ଟର କୋ-ଅଡ଼ିନେଟର ରଞ୍ଜିତ ମହାପାତ୍ର ପ୍ରମୁଖ ଏହି ମୁଗକ୍ଷେତ ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଚାଷୀ ସୁରେଶ କୁମାର ପ୍ରଧାନ, ଉମାକାନ୍ତ ମହାପାତ୍ର, ହରିଶ ଜେନା, ଅରୁଣ କୁମାର ସ୍ୱାଇଁ, ଏସ୍.କେ ଅବଦୁଲ ନାହିମ୍, ମାନସ ରଞ୍ଜନ ସାମଲ, ଗୌତମ ଖଟୁଆ, ଏସ୍.କେ. ଅବଦୁଲ ଶାହାଜାହାନ, ଏସ୍କେ. ଅବଦୁଲ ରଜାକ, ଏସ୍କେ. ଫାଜୁଲ ହକ୍, ଲକ୍ଷ୍ମୀପ୍ରିୟା ବେହୁରିଆ, ସ୍ୱର୍ଣ୍ଣଲତା ରାଉତ, ଅକ୍ଷୟ ସ୍ୱାଇଁ, ଗୌରାଙ୍ଗ ମଲ୍ଲିକ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।