ମେଡ଼ିକାଲ ପରିସରରୁ କାର ଚୋରି

 ଦାନଗଦୀ: ସୋମବାର ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଫାର୍ମାସିଷ୍ଟଙ୍କ କାର ଚୋରି ହୋଇଛି । ଅପରାହ୍ନ ୪ଟା ସମୟରେ ଫାର୍ମାସିଷ୍ଟ ପ୍ରସନ୍ନ ପଣ୍ଡା ମେଡ଼ିକାଲର ଓଡ଼ି୩୪ବି-୪୧୧୧ ନଂ ବିଶିଷ୍ଠ ୱାଗନର କାର ଷ୍ଟାଣ୍ଡରେ ରଖିଥିଲେ । ମାତ୍ର କିଛି ସମୟ ପରେ ଦେଖିଲା ବେଳକୁ କାର ନଥିଲା । ଫାର୍ମାସିଷ୍ଟ ପ୍ରସନ୍ନ ଏନେଇ ଦାନଗଦୀ ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ଏପଟେ ସିସିଟିଭି ଦେଖିଲା ବେଳକୁ ସେ କାରଟିକୁ ଡୁବୁରୀ ଛକ ଦିଗକୁ ଯାଇଥିବା ଦେଖିବାକୁ ମିଳିଛି । ମେଡିକାଲରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି ସିସିଟିଭି ସବୁଆଡେ ଲାଗିଛି, ହେଲେ ଆଶ୍ଚର୍ଯ୍ୟ ଚୋର କାର ଧରି ଚମ୍ପଟ ମାରିଛି ।