ମୁଦ୍ରା ହିତାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ଭିତରେ ମୁଦ୍ରା ଯୋଜନା ୧୦ ବର୍ଷରେ ପାଦ ଦେଇଛି  । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଲାଭାର୍ଥୀଙ୍କୁ ନିଜ ଦିଲ୍ଲୀ ସ୍ଥିତ ବାସଭବନକୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଦ୍ରା ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିକୁ କେତେ ଲାଭଦାୟକ ସାଜିଲା ସେମାନଙ୍କ ଅନୁଭୂତି ପଚାରିଛନ୍ତି । ହିତାଧିକାରୀମାନେ ମଧ୍ୟ ମୋଦୀଙ୍କୁ ନିଜର ସଙ୍ଘର୍ଷମୟ ଜୀବନରୁ ସଫଳତାର କାହାଣୀ କହିଛନ୍ତି  । ତେବେ ଏହି ଅବସରରେ ମୋଦୀ କହିଛନ୍ତି, ଅତିଥିମାନେ ଘରକୁ ଆସିଲେ ଘର ପବିତ୍ର ହୁଏ, ଆଜି ଆପଣମାନେ ଆଗମନ କରିଥିବାରୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
ତେବେ ୮ ଜୁଲାଇ ୨୦୧୫ରେ ଆରମ୍ଭ ହୋଇଥିଲା ମୁଦ୍ରା ଯୋଜନା  । ମୋଦୀ ସରକାର ଏହି ଯୋଜନାରେ ୩୩ କୋଟି ଟଙ୍କା ଦେଶର ବିଭିନ୍ନ ହିତାଧିକାରୀଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯାଇଥିବା ମୋଦୀ କହିଛନ୍ତି । ଭାରତର ଯୁବପିଢ଼ିଙ୍କ ପାଖରେ ଅନେକ ଉଦ୍ୟୋଗୀ ଦକ୍ଷତା ରହିଛି ଯଦି ସେମାନଙ୍କୁ ଟିକିଏ ସାହାଯ୍ୟ ମିଳେ ତାହାଲେ ସେମାନେ ସଫଳ ହୋଇପାରିବେ  । ଏହାକୁ ଆଖିଆଗରେ ରଖି ମୁଦ୍ରା ଯୋଜନା ପ୍ରସ୍ତୁତ କରାଯାଇଛି ଯାହାକି ସେମାନଙ୍କ ପାଇଁ ଏକ ସାହସ ସାଜିଛି  । ମୁଦ୍ରା ଯୋଜନା ଅନେକଙ୍କ ସ୍ୱପ୍ନକୁ ସାକାର କରିଛି  । ଯେକୌଣସି ସରକାରଙ୍କ ପାଇଁ ମୁଦ୍ରା ଯୋଜନା ଆଖି ଖୋଲିଦେବା ଭଳି ଯୋଜନା  । ଏଥିରେ ସର୍ବାଧିକ ସଂଖ୍ୟକ ମହିଳା ଆଗକୁ ଆସିଛନ୍ତି ଆଉ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି  । ଆମେ ହିତାଧିକାରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚାରୁଛୁ ଏବଂ ଯଦି ଏଥିରେ କୌଣସି ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି, ତେବେ ଆମେ ସେହି ଦିଗରେ ମଧ୍ୟ ଆଗକୁ ବଢ଼ିବୁ ବୋଲି ମୋଦୀ କହିଛନ୍ତି  ।