ସୋସିଆଲ ମିଡ଼ିଆରେ ବିଧାୟକଙ୍କ ବିରୁଦ୍ଧରେ ଅପମାନଜନକ ପୋଷ୍ଟ : ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା
ଝାରସୁଗୁଡା: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୋସିଆଲ ମିଡ଼ିଆରେ ଅପମାନସୂଚକ ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଝାରସୁଗୁଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ସରବାହାଲ ପଦ୍ମିନୀ ସିଂହ ନାମକ ଜଣେ ମହିଳା ବିଧାୟକ ବିରୁଧରେ ଅଭଦ୍ର ଭାଷାରେ ଗାଲି ଗୁଳଜ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ପଦ୍ମିନୀ ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଖରାପ ଭାଷା ରେ ପୋଷ୍ଟ କରିବା ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଅପମାନ କରିବା ଉଦେ୍ଦଶ୍ୟରେ ଏଭଳି ପୋଷ୍ଟ କରାଯାଇଥିବା ବିଜେପି ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ପ୍ରିୟା ଜେନା ଅଭିଯୋଗ କରିଛନ୍ତି । ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନାମ ଏବଂ ଖ୍ୟାତିକୁ ବଦନାମ କରିବା ପାଇଁ ତାଙ୍କ ବିରୁଦ୍ଧରେ ଅପରାଧିକ ଭୟଭୀତକାରୀ ଅପମାନଜନକ ଶବ୍ଦ ମଧ୍ୟ ପୋଷ୍ଟ କରିଛନ୍ତି । ତାହା ସହିତ ଉକ୍ତ ମହିଳା ପଦ୍ମିନୀ ସିଂହ ଟଙ୍କଧର ତ୍ରିପାଠି ଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦେ୍ଦଶ୍ୟରେ ସୋସିଆଲ ମିଡିଆରେ ଦୃଶ୍ୟମାନ ପ୍ରତିନିଧିତ୍ୱ ବ୍ୟବହାର କରିଥିବା ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ପଦ୍ମିନୀ ସିଂ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ହୋଇଥିବା ବେଳେ ଦିପାଳୀ ଦାସଙ୍କ ଇଙ୍ଗିତରେ ଏଭଳି ପୋଷ୍ଟ କରିଥିବା ନେଇ ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଝାରସୁଗୁଡ଼ା ଟାଉନ ଥାନାରେ ଜିଲ୍ଲା ମହିଳା ମଣ୍ଡଳ ସଭାପତି ଲକ୍ଷ୍ମୀ ଜେନା ସମେତ ତରନ ଦୁବେ, ପଦ୍ମିନୀ ପଟେଲ, ମିନତି ନାୟକ, ମମତା ପଟେଲ, ସରିତା ଦେବୀ, କିଶୋରୀ ନାୟକ, ଉମା ମେହେର, ବିନ୍ଦୁ ମୁଣ୍ଡା, ସନ୍ତୋଷ କୌର, ରଜନୀ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
