ମୁଷ୍ଟି ଯୋଦ୍ଧା ସମ୍ବର୍ଦ୍ଧିତ

ପୁରୀ: ପୁରୀ ବକ୍ସିଂ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ କ୍ରୀଡ଼ା ସଙ୍କଳନରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ିବିଲ୍ଡ଼ର ଅନୀଲ ଗୋଚ୍ଛିକାର, ପ୍ରଫୁଲ୍ଲ ମିଶ୍ର, ରବିନାରାୟଣ ମିଶ୍ର, ନିରଞ୍ଜନ ମିଶ୍ର, ଗୋପାଳ ଚନ୍ଦ୍ର ପରିଡ଼ା, ବିନୋଦ ସିଂ, ବ୍ରିଜେଶ ଦାସ, ଦେବୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବର୍ଗର କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୩୮ତମ ଜାତୀୟ କ୍ରୀଡ଼ା ୨୦୨୫ରେ ଭାଗ ନେବାକୁ ଥିବା ରାଜ୍ୟ ଦଳରେ ପୁରୀ ବକ୍ସିଂ ଏକାଡ଼େମୀର ୨ଜଣ ମୁଷ୍ଟିଯୋଦ୍ଧା ଅକ୍ଷୟ ନାୟକ ଓ ସୁନିତା ଜେନା ସ୍ଥାନ ପାଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ କ୍ରୀଡ଼ାବିତ୍ ମାନସ ଜେନା, କରିସନ୍ତ ମୂର୍ତ୍ତି, ତେଲି ଜଗଦିଶ, ରାକ୍ଷୀ ସ୍ୱାଇଁ, ଚନ୍ଦନ ଥାପ୍ପା, ବି. ପ୍ରବୀଣ ରାଓ, ଅଂଶୁ ନାୟକ, ଲୋକନାଥ ବେହେରା, ନରେନ୍ଦ୍ର ସାହୁ, ବସନ୍ତ କୁମାର ବେଜ, ଗୋପୀନାଥ ଗୋଚ୍ଛିକାର, ଆଶିଷ କୁମାର ବେହେରା, ମନୋଜ କୁମାର ସାହୁ, ଟି. ସନ୍ଦୀପ ରାଓ, ଋତୁରାଜ ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଖେଳାଳୀମାନେ ୨୦୨୪ରେ ଅନୁଷ୍ଠିତ ବିଭିନ୍ନ ବର୍ଗ ସର୍ବଭାରତୀୟ ଉପକନିଷ୍ଠ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ରାଜ୍ୟ ପକ୍ଷରୁ ଅଂଶଗ୍ରହଣ କରିଛନ୍ତି ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।