ମୁସଲମାନଙ୍କର ପରିଚୟ ଓ କାର୍ଯ୍ୟକଳାପ ଯାଞ୍ଚ ପାଇଁ ଦାବି

 ବେତନଟୀ : ପଶ୍ଚିମବଙ୍ଗର ମୁର୍ଷିଦାବାଦରେ ମୁସଲମାନମାନଙ୍କ ଦ୍ୱାରା ହିନ୍ଦୁ ହତ୍ୟା ଏବଂ ଲୁଣ୍ଠନର ଶିକାର ହୋଇଥିବା ବେଳେ ମୁର୍ଷିଦାବାଦ ଇଲାକାର ଶହଶହ ମୁସଲମାନ ବେତନଟୀ ପୁଲିସ ଉପଖଣ୍ଡ ଇଲାକାରେ ଅବାଧରେ ବସବାସ କରୁଛନ୍ତି । ତେବେ ସେମାନଙ୍କର ପରିଚୟ ଓ କାର୍ଯ୍ୟକଳାପ ବାବଦରେ ଯାଞ୍ଚ ପାଇଁ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଜୟଶ୍ରୀରାମ ସେନା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗର ମୁର୍ଷିଦାବାଦ ଠାରେ ମୁସଲମାନମାନଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟ ହତ୍ୟା ଓ ଲୁଣ୍ଠନର ଶିକାର ହେବା ଘଟଣା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜାମ୍ମୁ କାଶ୍ମୀରର ପହେଲଗାମ ଠାରେ ଆତଙ୍କବାଦୀମାନେ ଧର୍ମ ଆଧାରରେ କେବଳ ହିନ୍ଦୁମାନଙ୍କୁ ଗଣହତ୍ୟା କରିବା ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଏଭଳି ସ୍ଥିତିରେ ହିନ୍ଦୁମାନଙ୍କର ସୁରକ୍ଷା ସାଙ୍ଗକୁ ବେତନଟୀ ପୁଲିସ ଉପଖଣ୍ଡ ଇଲାକାରେ ଅବାଧରେ ବସବାସ କରୁଥିବା ମୁର୍ସିଦାବାଦ ଅଞ୍ଚଳର ଶହଶହ ମୁସଲମାନମାନଙ୍କର ପରିଚୟପତ୍ର ଯାଞ୍ଚ ସାଙ୍ଗକୁ ସେମାନଙ୍କ କାର୍ଯ୍ୟକଳାପ ନଜର ରଖିବାକୁ ବେତନଟୀର ପଞ୍ଜିକୃତ ଅନୁଷ୍ଠାନ ଜୟଶ୍ରୀରାମ ସେନା ପକ୍ଷରୁ ସଭାପତି ସନ୍ଦୀପ କୁମାର ମିଶ୍ର ଓ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟଗଣ ବେତନଟୀ ପୁଲିସ ଉପଖଣ୍ଡ ଅଧିକାରିଣୀଙ୍କୁ ସାକ୍ଷାତ କରି ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି ।