କୃଷକ ଉତ୍ପାଦନ ସଂଗଠନର ବାର୍ଷିକ ସଭା
ବନ୍ତ : ବନ୍ତ ବ୍ଲକ ନିଲୋକ ପଞ୍ଚାୟତ କାର୍ଯ୍ୟାଳୟରେ ଇନୋଭେଟିଭ୍ ମିଶନ କୃଷକ ଉତ୍ପାଦନ ସଂଗଠନର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡିଡିଏମ୍ ଦୀପକ ସାହୁ, ଇନୋଭେଟିଭ କୃଷକ ମିଶନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବୈରୀଗଞ୍ଜନ, ସିଡ଼ିଏଆର୍ ସଭାପତି ଭୁବନେଶ୍ୱର ଅଶୋକ କୁମାର ରଥ, ସ୍ଥାନୀୟ ସରପଞ୍ଚ ରଜନୀ ସେଠୀ, ଶିକ୍ଷାବିତ୍ ବାବାଜୀ ଚରଣ ଦଳାଇ, ସନାତନ ନାୟକ, ବର୍ଷା ପ୍ରିୟଦର୍ଶନୀ ମହାନ୍ତି, ସୁଶାନ୍ତ ଜେନା, ବନମାଳୀ ବାରିକ ପ୍ରମୁଖ ଅତିଥି ଉପସ୍ଥିତ ରହି ମହିଳାଙ୍କ ଆୟକୁ ଦ୍ୱିଗୁଣ କରିବା ସହିତ ସ୍ୱାବଲମ୍ବୀ କରିବା ପାଇଁ ଇନୋଭେଟିଭ୍ ମିଶନ କୃଷକ ଉତ୍ପାଦନ ସଂଗଠନପକ୍ଷରୁ ବିଭିନ୍ନ ଯୋଜନା ଥିବା ନେଇ କହିଥିଲେ । ଏବେ ମାଛ ଚାଷ କରି ଅଧିକ ଉପକୃତ ହେବା ସହିତ ବ୍ଲକ କୃଷି ଅଧିକାରୀ ସମସ୍ତଙ୍କୁ ସହଯୋଗ କରିବା ନେଇ କହିଥିଲେ । ଇନୋଭେଟିଭ୍ ମିଶନ କୃଷକ ଉତ୍ପାଦନ ସଂଗଠନ ଓ ନାବାର୍ଡପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରମ୍ଭାମଣି ଦାସ, ଭାସ୍କର ସାହୁ, ବିଷୟା ଜେନା, ବୁଦ୍ଧିରାମ ଜେନା, ସୁଧୀର ମିଶ୍ର, ଆଲୋକ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।