ମୁ୍ୟନିସିପାଲଟିରେ ଦୁର୍ନୀତି: ପ୍ରଦୀପ
ନବରଙ୍ଗପୁର : ନବରଙ୍ଗପୁର ମୁନିସିପାଲଟିରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ଗ୍ରୀନ ଫିଲଡ଼ ମାଧ୍ୟମରେ ଚାଲିଥିବା ନିର୍ମାଣଧିନ ଫେବର ବ୍ଲକ ରାସ୍ତା କାମରେ କୋଟି କୋଟି ଟଙ୍କାର କାମ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି । ଜନବସତି ନ ଥିବା ସ୍ଥାନକୁ ରାସ୍ତା ନିର୍ମାଣ ସହ ଚାଷ ଜମି ଭିତରେ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ଆତ୍ମଶାତ କରିଥିବା ଅଭିଯୋଗ ହୋଇଛି । ମୁନିସିପାଲଟିର ଡ଼ମ୍ପିଙ୍ଗୟାର୍ଡÿ ନିର୍ମାଣରେ ଦୁର୍ନୀତି ହୋଇଥିବା ସେ କହିଛନ୍ତି । ବିଭିନ୍ନ ସାହିରେ ଦୁଇ ଓଳି ଝାଡୁ କରାନଯାଇ ଅର୍ଥ ଆତ୍ମସାତ କରାଯିବା ସହ ସମସ୍ତ ଡ୍ରେନ ମାନଙ୍କରେ କେବେ ମଧ୍ୟ ଫିନାଇଲ, ମଶା ତେଲ ପ୍ରୟୋଗ କରାନଯାଇ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି । ମୁନିସିପାଲଟି ଷ୍ଟଲ ବଣ୍ଟନରେ ଉପଯୁକ୍ତ ହିତାଧିକାରୀଙ୍କୁ ଦୋକାନ ଘର ନମିଳି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଷ୍ଟଲ ବଣ୍ଟନ କରଯାଇଥିବା ଅଭିଯୋଗ ଆଣିଛନ୍ତି ମାଝୀ । ଏହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରସ୍ଥ ହୋଇ ଦୁଇଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି । ଯଦି ଦୁର୍ନୀତି ଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାହେଲେ କାର୍ଯ୍ୟାଳୟ ଘେରାଓ କରିବ ଜିଲ୍ଲା ବିଜେଡି କହିଛି ।