ବ୍ରହ୍ମପୁରା ମନ୍ଦିର ସୌନ୍ଦର୍ଯ୍ୟକରଣ ଲୋକାର୍ପିତ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଲୋକାର୍ପଣ କରିଛନ୍ତି । ହିଣ୍ଡାଲକୋ ସହାୟତାରେ କରାଯାଇଥିବା ଏହି ସୌନ୍ଦର୍ଯ୍ୟକରଣ ବେଶ୍ ଚିତ୍ତାକର୍ଷକ ହୋଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ, ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଆଇଜି ହିମାଂଶୁ ଲାଲ, ଏସ୍ପି ମୁକେଶ ଭାମୁ, ଏସ୍ଏମ୍ସି କମିଶନର ବେଦଭୂଷଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।