ଫଟୋ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି 

 ଭୁବନେଶ୍ୱର  :  ଭୁବନେଶ୍ୱରରେ ଇପିଏ ଉଇକ୍ଲି ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ଫଟୋ ସାମ୍ବାଦିକ ବିରୁ ସାହୁଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିବା ଯୋଗୁଁ ଏମ୍ସ ରେ ଚିକିସôାଧୀନ ଥିଲେ । ଗତକାଲି ରାତ୍ରିରେ ଖାଇ ପିଇ ସୋଇଥିଲେ କିନ୍ତୁ ସକାଳ ହେବା ପରେ ସେ ଆଉ ଉଠି ନଥିଲେ । ପରିବାର ଲୋକ ତାଙ୍କୁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ରେ ସମ୍ପନ୍ନ ହୋଇଥିଲା । ଏହାପରେ ଆଜି ସନ୍ଧ୍ୟାରେ ଫଟୋ ସାମ୍ବାଦିକମାନଙ୍କ ପକ୍ଷରୁ ଡ଼ଟ୍ କମ୍ ଠାରେ ତାଙ୍କ ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନେକ ସାମ୍ବାଦିକ ଓ ଫଟୋ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।