ନାବାଳିକାଙ୍କ ହତ୍ୟା ଘଟଣାର ତଦନ୍ତ ଦାବି
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସଂଘ, ସଂଗଠନ ଓ ସମାଜର ସମସ୍ତ ସଦସ୍ୟ ଓ କିଛି ସମାଜସେବି ଆଜି ଏକତ୍ରିତ ହୋଇ ଜିଲ୍ଲାର ଏମ୍.ଭି. ୭୯ ଥାନା ଅନ୍ତର୍ଗତ ଏମ୍.ଭି. ୭୨ ଗ୍ରାମର ଦୁଇ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମରୁତଦେହ ଉଦ୍ଧାର ଘଟଣାର ଉଚିତ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏମ୍.ଭି. ୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗତ ପ୍ରାୟବ ୧୨ ଦିନ ପୂର୍ବ ବିଦ୍ୟାଳୟରୁ ଘରକୁ ଫେରି ନଥିବା ବେଳେ କେଉ ଆଡେ ନିଖୋଜ ହୋଇଯାଇଥିଲେ । ଦୁଇଦିନ ପରେ ସେମାନଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ମୋଟୁ ଥାନା ଏମ୍.ପି.ଭି. ୪୨ ଗ୍ରାମ ନିକଟ ଜଙ୍ଗଲର ଏକ ଗଛରୁ ଉଦ୍ଧାର ହୋଇଥିଲା । ତେବେ ଉକ୍ତ ଦୁଇ ଛାତ୍ରୀଙ୍କ ନିଖୋଜ ସମ୍ୱନ୍ଧରେ ପରିବାର ବର୍ଗ ଏମ୍.ଭି. ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ମୃତଦେହ ଉଦ୍ଧାର ପରେ ଏ ନେଇ ମୋଟୁ ଥାନାରେ ମଧ୍ୟ ଏକ ଅପମୃତୁ୍ୟମାମଲା ରୁଜୁ ହୋଇଥିଲା । ତେବେ ଏହି ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଏହା ଏକ ବିଭସô ହତ୍ୟା କାଣ୍ଡ ଅଟେ । ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ପଞ୍ଚନାମା ସମୟରେ ସ୍ଥାନୀୟ ବାସିନ୍ଦା ସେମାନଙ୍କ ଶରୀରରେ ଅନେକ କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ । ଏହାସହ ଘଟଣା ସ୍ଥଳରୁ ଗୋଟିଏ ମୋବାଇଲ ମଧ୍ୟ ଉଦ୍ଧାର କରା ଯାଇଥିଲା । ଏହି ଘଟଣାରେ କିଛି ଯୁବକଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ପୋଲିସ କିନ୍ତୁ ଏହାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ପରିବାର ଲୋକ ଉପରେ ଚାପ ପକାଉଥିବା ମୃତ ଛାତ୍ରୀଦ୍ୱୟଙ୍କ ପିତାମାତା ଅଭିଯୋଗ କରିଛନ୍ତି । ଉଚିତ ତଦନ୍ତ ନକରି ଘଟଣା ସ୍ଥଳରୁ ମିଳିଥିବା ବିଭିନ୍ନ ପ୍ରମାଣ ଅନୁଯାୟୀ ପଦକ୍ଷେପ ନନେଇ ନିଜ ଉପରୁ ଦୋଷ ହଟାଇବା ପାଇଁ ପୋଲିସ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ ମଧ୍ୟ ଚାପ ପକାଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଉକ୍ତ ଦୁଇଛାତ୍ରୀ ବିଳମ୍ୱରେ ଆସିଥିବା ଯୋଗୁଁ ଶିକ୍ଷକମାନେ ସେମାନଙ୍କୁ ତାଗିଦ୍ କରିଥିବାରୁ ଉକ୍ତ ଦୁଇଛାତ୍ରୀ ଆତ୍ମହତ୍ୟା କରିଥିବା ପୋଲିସ ପ୍ରମାଣ କରିବା ପାଇଁ ଚେଷ୍ଟା ଚଲାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପରିବାର ଲୋକେ କିନ୍ତୁ ଏହାକୁ ଅପହରଣ, ଗଣ ବଳାକôାର ଓ ହତ୍ୟା ଦାବି କରି ଏମ୍.ଭି. ୭୯ ଓ ମୋଟୁ ଥାନାରେ ପୁନଃ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ଉଭୟ ଛାତ୍ରୀଙ୍କ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହୋଇ ପାରିନାହିଁ । ପୋଲିସ ଏହାକୁ ଏକ ଆଳ ଦେଖାଇ ତଦନ୍ତକୁ ସିଥିଳ କରିଦେଇଛି ବୋଲି ବିଭିନ୍ନ ସଂଗଠନ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ପଛରେ ଅନେକ ରହସ୍ୟ ଲୁଚି ରହିଛି, ଏଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଦୁଇ ଗରୀବ ଆଦିବାସୀ ଓ ହରିଜନ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀ ଓ ଏହାକୁ ଚପାଇବା ପାଇଁ ଉଦ୍ୟମ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଦାବିରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରିଛନ୍ତି । ଏହି ଦାବିପତ୍ରର ନକଲ ଜିଲ୍ଲା ଏସପିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଘଟଣାର ପର୍ଦ୍ଦାଫ ।ସ ନକଲେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ଏବଂ ଜିଲ୍ଲାବାସୀ ଉଭୟ ପୀଡିତ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।