ମେଧାବୀ ସମ୍ବର୍ଦ୍ଧନା ଓ +୨ବିଜ୍ଞାନ ଶ୍ରେଣୀ ଉଦ୍ଘାଟିତ

 ବାଣପୁର: ବାଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ +୨ ବିଜ୍ଞାନ ଶ୍ରେଣୀ ଖୋଲା ଯାଇଛି ଜ୍ଝଏହି ଅବସରରେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ଅତିଥି ଭାବରେ ଯୋଗ ଦେଇ ନୂତନ ଶ୍ରେଣୀକୁ ଉଦଘାଟନ କରିବା ସହ ଗତ ମାଟ୍ରିକ ପରୀକ୍ଷା ଓ +୨ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏ ଉପଲକ୍ଷେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜ କିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବାଣପୁର ବ୍ଲକ ଓ ପୌରାଞ୍ଚଳର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ପାଇଥିବା ଦୁଇ ଜଣ ଛାତ୍ର ଓ +୨ର ୯ଜଣ ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଚଳିତ ବର୍ଷ +୨ ଶ୍ରେଣୀ ଖୋଲିବା ପାଇଁ ଅନୁମତି ମିଳିଥିବାରୁ ଶିକ୍ଷା ବିଭାଗ ଓ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।