ମେଲଣ ପର୍ବ 

 ସମ୍ବଲପୁର: ରାଧାକୃଷ୍ଣଙ୍କ ମେଳଣ ପର୍ବ ଅବସରରେ ଲଣ୍ଡା ଗୋସ୍ୱାମୀ ମଠରେ ଦୋଳଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଠସାହିରେ ଥିବା ମଠରେ ଆଖପାଖ ସାହି ମାନଙ୍କ ମନ୍ଦିରରୁ ଠାକୁରଙ୍କ ବିମାନ ଆସି ପହଞ୍ଚିବା ପରେ ମେଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତ ସାହିର ଠାକୁରଙ୍କ ବିମାନ ପରିକ୍ରମା କରିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଉପଲକ୍ଷେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ପରିଚାଳନା କମିଟିର ମୁଖ୍ୟ ମନୋଜ କୁମାର ରାଉତ, ସଭ୍ୟ ରମାକାନ୍ତ ମହାନ୍ତି, ନିକୁଞ୍ଜ ଭୁୟାଁ, ଅଜିତାନନ୍ଦ ଦେବଗୋସ୍ୱାମୀ, ଭବେନ୍ଦ୍ର ନାରାୟଣ ପଣ୍ଡା, ଜୟଦେବ ଦାସ ଚୌଧୁରୀ, ଦିନବନ୍ଧୁ ଲେଙ୍କା, ଧର୍ମେନ୍ଦ୍ର ପୃଷ୍ଠି, ଭବେନ୍ଦ୍ର ମହାନ୍ତି,ସୁକମୟ ଦାସ, ଗୌରମୋହନ ମହାନ୍ତି, ଚକ୍ରଧର ନାୟକ, ମନୋରଞ୍ଜନ ଦାସ କାନୁନଗୋ ତଥା କଳିଙ୍ଗ କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।