ହୋଟେଲକୁ ମାଡିଗଲା, ଟ୍ରେଲର୧ ମୃତ

ସାଲେପୁର : ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଠର ଚକିଆ ଟ୍ରେଲର ଶିଶୁଆ ବଜାର ରାସ୍ତା ପାଶ୍ୱର୍ରେ ଥିବା ଏକ ହୋଟେଲ ଉପରକୁ ମାଡ଼ିଯିବାରୁ ହୋଟେଳ କର୍ମଚାରୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବାବେଳେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଦୁର୍ଘଟଣା ଘଟାଇଥିବା ଟ୍ରେଲର ଚାଳକକୁ ଗିରଫ କରିଥିବା ଜଣାଯାଇଛି । ଗତକାଲି ରାତି ପ୍ରାୟ ୧ଟା ସମୟରେ କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ରାସ୍ତା କଡ଼ରେ ଥିବା ସିଦ୍ଧି ନାମକ ଏକ ହୋଟେଲକୁ ଏକ ଟ୍ରେଲର ଭାରସାମ୍ୟ ହରାଇ ମାଡ଼ିଯିବା ଫଳରେ ହୋଟେଲଟି ଭାଙ୍ଗିଯାଇଥିବାବେଳେ ହୋଟେଳ କର୍ମଚାରୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମର ମନୋଜ ନାୟକର ଘଟଣା ସ୍ଥଳରେ ମୃତୁ୍ୟଘଟିଥିଲା । ସାଲେପୁର ଥାନା ଆଇଆଇସି ଅନିତା ସାହୁ ଘଟଣା ସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରେଲରଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ପୁଲିସ ପକ୍ଷରୁ ଏ ସଂପର୍କରେ ସାଲେପୁର ଥାନାରେ ୨୫୪/୨୫ରେ ଏକ ମାମଲା ରୁଜୁ କରି ଟ୍ରେଲର ଚାଳକ ଢ଼େଙ୍କାନାଳ ଜିଲ୍ଲା ଭୂବନ ଥାନା ମାଲପଡ଼ା ଗ୍ରାମର ବିଜୟ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।