ମେଡ଼ିକାଲ କର୍ମଚାରୀ  ସଂଘର କର୍ମକର୍ତ୍ତା ଚୟନ

 କଟକ : କଟକ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସିଟି ହସପିଟାଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି  । ସଂଘର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ, ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଗତ ୨୮.୫.୨୦୨୫ରେ କର୍ମଚାରୀ ସଂଘର ସଂପାଦକ ଭାବେ ଏକକେ ମଂଜୁର ଦାୟିତ୍ୱ ଗ୍ରହଣ କରିଥିଲେ । ମାତ୍ର ୩ ମାସ ପରେ ତାଙ୍କର ବ୍ୟକ୍ତିଗତ ସମସ୍ୟା ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିଲେ । ଆଜି ତାଙ୍କ ସ୍ଥାନରେ ନୂତନ ସଂପାଦକ ଭାବେ ପ୍ରଶାନ୍ତ ଶତପଥି ଏବଂ ଯୁଗ୍ମ ସଂପାଦକ ଭାବେ ପୁନର୍ବାର ଏସକେ ମଂଜୁରଙ୍କୁ ଦାୟତ୍ୱ ଦିଆଯାଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।