ମୋବାଇଲ ଟାୱାର ସ୍ଥାପନ ଦାବି
ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝୋଳ ପଥର ଓ ଏହାର ଆଖ ପାଖ ୫ଟି ଗ୍ରାମର ଲୋକେ ନେଟୱାର୍କ ପାଇନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏଣୁ ଗତ ନଭେମ୍ବର ମାସରେ ଖଡିଆଳ ବ୍ଲକ ରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ ଏହାର କିଛି ଫଳାଫଳ ମିଲିନ ଥିବାରୁ ପୁଣି ଆଜି ଝୋଳପଥର ଗ୍ରାମରୁ ଏକ ଯୁବ ଗୋଷ୍ଟି ତୁକୁଲା ଗ୍ରାମକୁ ଯାଇ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓଙ୍କୁ ଭେଟି ଏକ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଲିଖିତ ଆବେଦନ କରିଛନ୍ତି । ଏହାକୁ ନେଇ ସାଂସଦ ମାଳବିକା ସିଂ ଦେଓ ମଧ୍ୟ ଯଥାଶୀଘ୍ର ଏକ ଟାୱାର ସ୍ଥାପନ କରି କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯତଦ୍ୱାରା ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଆବେଦନ ପତ୍ର ପ୍ରଦାନ ସମୟରେ ଖଡିଆଳ ବ୍ଲକ ବିଜେପି ସଭାପତି ଗୋପବନ୍ଧୁ ବନ୍ଧିଛୋର, ଡୁଲେଶ୍ୱର ହେର୍ଣା, ଗୋପବନ୍ଧୁ ମେହେର, କୁଶଳ ମେହେର ,ଖଗେଶ୍ୱର ତାଣ୍ଡି, ମଣ୍ଟୁ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।