ଘାଗରା ପୋଲ ନିର୍ମାଣରେ ଅନିୟମିତତା
ନୀଳଗିରିରୁ ଭଗବାନ ମହଲ : ଘାଗରା ପୋଲରୁ ମୁଖ୍ୟ ରାସ୍ତା ମଧ୍ୟରେ ସଂଯୋଗ ହେବା ପାଇଁ ନିର୍ମାଣ ଚାଲିଥିବା ୱାଲରେ ବିନା ଭାଇବ୍ରେଟ ମେସିନ୍ରେ ଚାଲିଛି କାମ । ଢଳେଇ ପରେ ଲୁହା ରଡ଼ ଦେଖାଯାଉଛି । ପୂର୍ତ୍ତ ବିଭାଗର ଅପାରଗତା ପାଇଁ ଘାଗରା ପୋଲ ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ସୂଚନା ନୀଳଗିରି ପୂର୍ତ୍ତ ବିଭାଗ ପକ୍ଷରୁ ୧୯ନଂ ରାଜ୍ୟ ରାଜପଥର ଶେରଗଡ଼, ନୀଳଗିରି, ଝରଣାଘାଟି ରାସ୍ତା ସଜନାଗଡ ନିକଟ ଘାଗରା ନଦୀ ଉପରେ ବଡ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ଟେଣ୍ଡର ପରେ ୨୦୧୯ ମସିହାରେ ଶିଳାନ୍ୟାସ ହୋଇ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ୨୦୨୧ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା । ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ସରକାରୀ ଆର୍ଥôକ ଅନୁଦାନ ବୃଦ୍ଧି କରି ଉକ୍ତ ପ୍ରକଳ୍ପ ବାବଦକୁ ୪ କୋଟି ୧୮ଲକ୍ଷ ଟଙ୍କାରେ ଅବଧି ସମୟ ୨୦୨୧ମସିହାରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଥିଲା । ଇତି ମଧ୍ୟରେ ଏହି ପୋଲ ନିର୍ମାଣକୁ ଦୀର୍ଘ ୫ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଅବଧି ସମୟ ୮ମାସରୁ ଅଧିକ ହୋଇଥିଲେ ସୁଦ୍ଧା ପୋଲର ସଂଯୋଗ ହୋଇନାହିଁ । ଅନ୍ୟପଟେ ଘାଗରା ପୋଲରୁ ମୁଖ୍ୟ ରାସ୍ତା ମଧ୍ୟରେ ସଂଯୋଗ ହେବା ପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ରାସ୍ତାକଡ ୱାଲରେ ବିନା ଭାଇବ୍ରେଟ ମେସିନ୍ରେ ଚାଲିଛି କାମ । ଢଳେଇ ପରେ ୱାଲରେ ଗାତ ଓ ଲୁହା ରଡ଼ ଦେଖାଯାଉଛି । ସେହିପରି ନୀଳଗିରି ପୂର୍ବ ବିଭାଗ ତଦାରଖ କରୁଥିଲେ ହେଁ କାର୍ଯ୍ୟର ମାନ ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ପଚାରିବାରୁ କହିଥିଲେ, ପୋଲ ନିର୍ମାଣରେ ଅନିୟମିତତା ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି । ଖୁବଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ, ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।