ମୋବାଇଲ ଦୋକାନରୁ ଲୁଟ୍

 ଆସିକା:   ଆସିକା ଥାନା ଅନ୍ତର୍ଗତ ଏନଏସି ୱାର୍ଡ ନମ୍ବର ୦୫ରେ ଥିବା ଜମିୟା ମସ୍ଜିଦ ପାର୍ଶ୍ୱରେ ଥିବା ପଣ୍ଡା ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଏକ ବଡ଼ ଧରଣର ଲୁଟ୍ । ଦୁର୍ବୃତ୍ତମାନେ ଦୋକାନର କବାଟ ଭାଙ୍ଗି ପ୍ରାୟ ୩ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ନୂଆଁ ପୁରୁଣା ମୋବାଇଲ ଲୁଟି ନେଇଛନ୍ତି । ଏନେଇ ଦୋକାନ ମାଲିକ ଲକ୍ଷ୍ମଣ ପଣ୍ଡା ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଆସିକା ଥାନା ପକ୍ଷରୁ କେସ ନମ୍ବର୨୦/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ପ୍ରକାଶ ଯେ, ଜମିୟା ମସଜିଦ ପାର୍ଶ୍ୱରେ ପଣ୍ଡା ମୋବାଇଲ ଷ୍ଟୋରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର କାଠ କବାଟକୁ ଭାଙ୍ଗି ଦୋକାନରେ ମରାମତି ହେବାକୁ ଆସିଥିବା ପ୍ରାୟ ୪୦ରୁ ଊଦ୍ଧ୍ୱର୍ ମୋବାଇଲ, ନୂଆଁ ବିକ୍ରି ହେବାକୁ ଆସିଥିବା ପ୍ରାୟ ୭ଟି ମୋବାଇଲ ଓ ମୋବାଇଲ ରିପେରିଙ୍ଗ ପାର୍ଟସ ଆଦି ପାଖା ପାଖି ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ନେଇଛନ୍ତି । ଏ ନେଇ ଘଟଣାର ତଦନ୍ତ ଚଲାଇଛି । ଚୋରକୁ ଶୀଘ୍ର ଧରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।