ସିଧା ହେଲା ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟ ରାସ୍ତା
ବନ୍ତ : ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲସ୍ଥିତ ଟର୍ଣ୍ଣିଂ ପଏଣ୍ଟ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଥିଲା । ଏହି ସ୍ଥାନରେ ଗତ ୧୦ ବର୍ଷ ମଧ୍ୟରେ ୭ରୁ ଅଧୂକ ଦୁର୍ଘଟଣା ଘଟି ଜୀବନ ଯାଇଛି । ଏହି ଟର୍ଣ୍ଣିଂ ପଏଣ୍ଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାର ସମାଧାନ ପାଇଁ ଅଞ୍ଚଳବାସୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ମାତ୍ର ପ୍ରଶାସନ କିଛି ଶୁଣୁ ନଥିଲା । ଗତ ଫେବୃଆରୀ ୨୬ ଶିବରାତ୍ରୀ ଦିନ ଏହି ଟର୍ଣ୍ଣିଂ ପଏଣ୍ଟରେ ଦୁର୍ଘଟଣା ଘଟି ବନ୍ତ ଥାନା ଅଧିନ ସାହାଡାପଲ୍ଲୀ ଗ୍ରାମର ଜଣେ ଯୁବକଙ୍କ ଜୀବନ ଯାଇଥିଲା । ଟର୍ଣ୍ଣିଂ ପଏଣ୍ଟ ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ଉକ୍ତ ଟଣ୍ଡିଂ ପଏଣ୍ଟକୁ ସିଧା କରିବାପାଇଁ ଦାବି କରିଥିଲେ । ଏନେଇ ଗଣ ଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଏ ଏହାର ସମାଧାନ ପାଇଁ ଦାବି ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଓ ଦୀର୍ଘ ବର୍ଷର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇଥିଲା । ପରେ ପୂର୍ତ୍ତ ବିଭାଗ ପକ୍ଷରୁ ପକ୍ଷରୁ ଠିକାଦାର ମାଧ୍ୟମରେ ଟର୍ଣ୍ଣିଂ ପଏଣ୍ଟକୁ ସିଧା କରିବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଘରପଦା କେନାଲ ନାଳ ପୋଲ ଠାରୁ ଖମଣ ପୋଲ ପର୍ଯ୍ୟନ୍ତ ୩୦ମିଟର ଟର୍ଣ୍ଣା ପଏଣ୍ଟକୁ ସିଧା କରାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ସୁରକ୍ଷା ୱାଲ ତିଆରି କରାଯାଉଛି । ଏଥିସହ ପୁରୁଣା କଲଭର୍ଟର ଦକ୍ଷିଣ ପାର୍ଶ୍ୱକୁ ପାଏ ୫ମିଟର ବୃଦ୍ଧି କରାଯାଇ ମୋଟ ୧୩ ମିଟର ଓସାର କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଛନ୍ତି । ଏହି ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଯିବ ଫଳରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା କରିଛନ୍ତି ।