ମୋହରିର ଦିବସ ପାଳିତ

ନୀଳଗିରି: ନିଖିଳ ଉକôଳ ଓକିଲ ଓ ନୀଳଗିରି ମୋହରିର ସଂଘ ପକ୍ଷରୁ ଷୋମବାର ଦିନ ନୀଳଗିରି କଚେରୀ ପରିସରରେ ମୋହରିର ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ରହି ଉକ୍ତ ଦିବସ ପାଳନ ବିଷୟରେ ଆଲୋକପାତ କରିଥିଲେ । ମୋହରିର ସଂଘର ସ୍ଥାୟୀ ଘର ପାଇଁ ବିଧାୟକ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,  ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ସହକାରୀ ଜିଲ୍ଲାପାଳ, ଆଇନଜୀବୀ ତଥା ସବ୍ଡ଼ିଭିଜନ ନାଲ ବାର ସଂଘର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସମ୍ପାଦକ କିଶୋର ଦାସ, ନୀଳଗିରି ବାର ସଂଘର ସଭାପତି ଆଇନଜୀବୀ ଅମର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର ପଣ୍ଡା ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହରିର ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସମ୍ପାଦକ ଗୌରହରି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।