ପଦାର୍ଥ ବିଜ୍ଞାନ ବିଭାଗରେ ଜାତୀୟ ଆଲୋଚନାଚକ୍ର         

 କେନ୍ଦୁଝର : ଧରଣୀଧର ବିଶ୍ୱ ବିଦ୍ୟାଳୟ ଉତ୍ତର ପରିସରରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା “ ଫ୍ରମ ଦି ମାଇକ୍ରୋସ୍କୋପିକ ଟୁ ଦି କସମିକ୍ : ଆଡଭାନ୍ସସେସ ଇନ ମଡର୍ଣ୍ଣ ଫିଜିକ୍ସ” ବିଷୟ ବସ୍ତୁ ଭିତ୍ତିକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦେ୍ର୍ଦଶକ ପ୍ରଫେସର କରୁଣାକର ନନ୍ଦ ଯୋଗ ଦେଇ ଅମ୍ଳଜାନର ଉପସ୍ଥିତି କିପରି ପଦାର୍ଥର ଗୁଣାତ୍ମକ ପରିବର୍ତ୍ତନ କରି ଆଧୁନିକ ନାନୋ ପ୍ରଯୁକ୍ତି ବିଦ୍ୟାକୁ ପ୍ରଭାବିତ କରିପାରେ ସେ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥିଭାବେ ପାଟନାସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ମନୋରଞ୍ଜନ କର ନିଜ ଅଭିଭାଷଣରେ ନାନୋ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି କଲିକତାସ୍ଥିତ ଭାରିଏବୁଲ ଏନର୍ଜି ସାଇକ୍ଲୋଟ୍ରନ ସେଣ୍ଟରର ବିଶିଷ୍ଟ ବୈଜ୍ଞାନିକ ଡ. ଯଯାତି କେଶରୀ ନାୟକ ନିଜ ବକ୍ତବ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ଉତ୍ପତି ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ସଭାପତି ତଥା ବିଶ୍ୱ ବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଭୁପ୍ରସାଦ ଦାସ ନିଜ ବକ୍ତବ୍ୟରେ ଏପରି ଆଲୋଚନାଚକ୍ର ଗବେଷଣାକୁ ଉସôାହିତ କରିବ ବୋଲି କହିଥିଲେ । ଉକ୍ତ ଆଲୋଚନାଚକ୍ରରେ କନଭେନର ଦୋଳଗୋବିନ୍ଦ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଆଲୋଚନାଚକ୍ରର ଉଦେ୍ଦଶ୍ୟ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆଲୋଚନାଚକ୍ର ସମ୍ପର୍କିତ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।