ମ୍ୟାଲେରିଆ ନିରାକରଣ ମାସ
କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ ନିରାକରଣ ମାସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରିଣୀ ଡାକ୍ତର ଅନିତା ପଟ୍ଟନାୟକଙ୍କ ସମେତ ଡାକ୍ତର ନୃପେନ ଶତପଥୀ, ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଗ୍ରାମାଞ୍ଚଳରେ ବାରି ଘର ସଫା ରଖିବା, ଖାଲଖମାକୁ ମାଟି ଦ୍ୱାରା ଘୋଡାଇବା, କୈାଣସି ଜାଗାରେ ପାଣି ଜମିବାକୁ ନ ଦେବା ମଶାରୀ ନିୟମିତ ଟାଣି ଶୋଇବା ଏବଂ ଯେକୈାଣସି ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇବା, ବାହାର ରାଜ୍ୟରୁ ଆସିଥିବା ଲୋକଙ୍କର ରକ୍ତ ପରୀକ୍ଷା କରାଇବା, ଆଗକୁ ଡେଙ୍ଗୁ ଜ୍ୱର ହେବା ସମ୍ଭାବନା ଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।