ମୟୂରଭଞ୍ଜରେ କାଳବୈଶାଖୀ କ୍ଷତି
ଭୁବନେଶ୍ୱର: ମୟୂରଭଞ୍ଜରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ୩୫୧୪ଟି ଗୃହ କ୍ଷତିଗ୍ରସ୍ତ ହୋଇଅଛି । ସେହିପରି ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ୨୦ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମାର୍ଚ୍ଚ ୨୦ରୁ ୨୪ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ, ପବନ ସହ ବଜ୍ରପାତ ହେବାର ସମ୍ଭାବନା ଥିଲା । ତତ୍କ୍ଷଣାତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ମାର୍ଚ୍ଚ ୨୦ରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ତୁରନ୍ତ ପ୍ରାକ୍ ସୂଚନା ପ୍ରଦାନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ବର୍ଷା ଅନୁଭୂତ ହୋଇଥିଲା । ବିଶୋଇ ବ୍ଲକରେ ସନ୍ଧ୍ୟା ପ୍ରାୟ ୭ଟା ୨୦ରେ ଓ ବାଙ୍ଗିରିପୋଷି ବ୍ଲକରେ ସନ୍ଧ୍ୟା ପ୍ରାୟ ୮.୩୦ରେ ବିଶେଷ ଭାବରେ କୁଆପଥର ବର୍ଷା ହୋଇ ଅନେକ କ୍ଷୟକ୍ଷତି ହୋଇଥିଲା । ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ଟି ବ୍ଲକ୍ ବାଙ୍ଗିରିପୋଷି, ବିଶୋଇ, କୁଲିଅଣା, ସାରସକଣା, କରଞିଆ, ବହଳଦା, ବିଜତଳା, ଯଶିପୁର, ତିରିଙ୍ଗ, ରରୁଆଁ, ଠାକୁରମୁଣ୍ଡା, ରାଇରଙ୍ଗପୁର ଓ କୁସୁମିର ୫୧ ଗ୍ରାମର ୮୫୪୭ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥିଲେ ।
ତୁରନ୍ତ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୨୪ ରିଲିଫ୍ କ୍ୟାମ୍ପ ଖୋଲାଯାଇ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପ୍ରଭାବିତ ଲୋକମାନଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହିତ ସେମାନଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ବିପନ୍ନମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ୧୫ଟି ଡାକ୍ତରୀ ଦଳ ମୁତୟନ କରାଯାଇଛି । ଜିଲ୍ଲା ପାଖରେ ପାଖାପାଖି ୧୨ ହଜାର ପଲିଥିନ୍ ସିଟ୍ ମହଜୁଦ୍ ରହିଥିବା ସ୍ଥଳେ, ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜକୁ ୨୫ ଶହ ପଲିଥିନ୍ ସିଟ୍ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ତୁରନ୍ତ ଯୋଗାଇ ଦିଆଯାଇଥିଲା ଓ ଏତଦବ୍ୟତୀତ ରାଜ୍ୟରୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ପୁଣି ୨୫ ଶହ ପଲିଥିନ୍ ସିଟ୍ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ସୁଦ୍ଧା ୨୧୩୩ ସିଟ ପଲିଥିନ ପ୍ରଭାବିତ ଲୋକଙ୍କୁ ବଣ୍ଟା ସରିଥିବା ସ୍ଥଳେ ଆବଶ୍ୟକତା ଅନୁଯାୟୀ ଅଧିକ ପଲିଥିନ ବଣ୍ଟନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ସମ୍ବନ୍ଧରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, ବାଙ୍ଗିରିପୋଷୀ ବିଧାୟିକା, ସାରସକଣା ବିଧାୟକ ତୁରନ୍ତ ମାର୍ଚ୍ଚ ୨୧ରେ ନିଜ ଅଞ୍ଚଳରେ ଉପସ୍ଥିତ ରହିଥିଲେ । ପରେ ପରେ ଗୃହ ଓ ନଗର ଉନ୍ନୟନ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମାର୍ଚ୍ଚ ୨୨ରେ ଗସ୍ତ କରି ଜିଲ୍ଲା ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ମାର୍ଚ୍ଚ ୨୨ରେ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଆଭାସି ମାଧ୍ୟମରେ ସ୍ଥିତିର ସମୀକ୍ଷା କରି ଜିଲ୍ଲାପାଳଙ୍କୁ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ଆଧାରରେ ଜିଲ୍ଲାପାଳ ରାତ୍ରି ୧ ଘଣ୍ଟା ୩୦ ମିନିଟ ସମୟରେ ପ୍ରାରମ୍ଭିକ କ୍ଷୟକ୍ଷତି ଆଧାରରେ ୨୦ କୋଟି ୩୮ ଲକ୍ଷ ଟଙ୍କା ଆବଣ୍ଟନ ପାଇଁ ଅନୁରୋଧ ପତ୍ର ପ୍ରେରଣ କରିଥିଲେ । ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ୩୫୧୪ଟି ଗୃହ କ୍ଷତିଗ୍ରସ୍ତ ହୋଇଅଛି । ତନ୍ମଧ୍ୟରୁ ୧୩୫୦ଟି କଚ୍ଚାଘର ସଂପୂର୍ଣ୍ଣ ରୂପେ ଓ ୨୧୬୦ ଗୃହ ଆଂଶିକ ରୂପେ ଏବଂ ୪ଟି ଗୁହାଳଘର କ୍ଷତିଗ୍ରସ୍ତ ହୋଇଅଛି ଏବଂ ସମୁଦାୟ ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଅଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ୨୦ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଜିଲ୍ଲାପାଳଙ୍କୁ ଉକ୍ତ ଦିନ ୧୧ ଘଣ୍ଟା ୩୦ ମିନିଟ ମଧ୍ୟରେ ଆବଣ୍ଟନ କରାଯାଇଛି । ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା ରାଶି ପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଛି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାକୁ ମାର୍ଚ୍ଚ ୨୩ ସକାଳ ୯ ଘଣ୍ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଶେଷ ଭାବରେ ପ୍ରଭାବିତ ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ ଗୃହ ଓ ନଗର ଉନ୍ନୟନ ।
ଡିଟିସି ଋଣ...