ଯନ୍ତ୍ରାଂଶ ସହ ବିପୁଳ କାଠ ଜବତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଇଁଲାପାଲି ଗାଁ ଠାରେ ଏସିଏଫ୍ ତଥା ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ନେତୃତ୍ୱରେ ଚଢାଉ କରି ବିପୁଳ ପରିମାଣର କାଠ ସହ କାଠ କଟା ଯନ୍ତ୍ର ଜବତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଗଙ୍ଗାଧର ସାହୁଙ୍କ ଘରେ ଚଢ଼ାଉ କରାଯାଇଥିଲା । ଘରୁ ୪୦ ସିଏଫ୍ଟିରୁ ଅଧିକ ସାଇଜ କାଠ ସହ କାଠ କଟା ଓ ପଲିସ ଯନ୍ତ୍ର ଜବତ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏଥିରେ ସଂପୃକ୍ତ ମାଲିକ ଫେରାର ହୋଇଥିବା ବେଳେ ବନ ବିଭାଗ ତରଫରୁ ଓଆର୪୬ ଏମଆର ୨୦୨୫/୨୬ରେ ଏକ ମାମଲା ରୁଜୁ କରି ଫେରାର ମାଲିକଙ୍କୁ ଗିରଫ ପାଇଁ ବନ ବିଭାଗ ଉଦ୍ୟମ ଜାରିରଖିଛି । ଏହି ଚଢାଉରେ ଫରେଷ୍ଟର ସମ୍ପଦ କୁମାର, ବନ ରକ୍ଷୀ ଲକ୍ଷ୍ମୀ ଦୋରା, ବାଳ କୃଷ୍ଣ ଜାଲ, ସ୍ୱାର୍ଡ କର୍ମଚାରୀ ପ୍ରକାଶ ମାଝୀ, କିଶୋର ମାଝୀ, ବଇଚନ୍ଦ୍ର ସାହୁ, ବିରଞ୍ଚି ସାହୁ, ଶରତ ଚନ୍ଦ୍ର ବିଶି, ତୁଳସୀ ରାମ ଭୋଇ ପ୍ରମୁଖ ସାମିଲ ଥିଲେ ।