କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
ବଡ଼ସାହି : ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରଞ୍ଜନ କୁମାର ଦାସ ଯୋଗ ଦେଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆଦିକବି ସାରଳା ଦାସ କଲେଜରେ ସେ ପୂର୍ବରୁ କାର୍ଯ୍ୟରତ ଥିଲେ । ବଡ଼ସାହି କଲେଜର ପୂର୍ବତନ ଅଧ୍ୟକ୍ଷ କୃପାସିନ୍ଧୁ ମହାକୁଡଙ୍କ ଅବସର ପରେ ବରିଷ୍ଠ ଅଧ୍ୟାପକ ଫକୀର ଚରଣ ସାହୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ନୂତନ ଅଧ୍ୟକ୍ଷ ରଞ୍ଜନ କୁମାର ଦାସ ଆଜି ତାଙ୍କ ଠାରୁ ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କଲେଜ ପକ୍ଷରୁ ଅଧ୍ୟାପକ ଡ. ଜୀବନ କୁମାର ପଣ୍ଡିତ, ଶୈଳେଶ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ ଗଣ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।