ଯନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲା ପ୍ରୀତି : ଦୀର୍ଘ ଦିନ ଧରି ହେଉନି ବଦଳି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ରେ କାର୍ଯ୍ୟରତ ପୂର୍ବତନ କନିଷ୍ଟ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତିଙ୍କ ଡିଆରଡିଏ ଖୋର୍ଦ୍ଧା କାର୍ଯ୍ୟାଳୟ ପତ୍ର ସଂଖ୍ୟା -୩୭୧୬ ୧୩.୧୨.୨୦୧୯ ତାରିଖରେ ବୋଲଗଡ଼ ବ୍ଲକକୁ ବଦଳି ହୋଇଥିବା ବେଳେ, ବିଡ଼ିଓ ଟାଙ୍ଗି ତାଙ୍କୁ ପତ୍ର ସଂଖ୍ୟା-୪୪୨୬, ୧୭.୧୨.୨୦୧୯ ତାରିଖରେ କାର୍ଯରୁ ରିଲିଭ କରିଦେଇଥିଲେ ଏବଂ ସେହି ନିଦେ୍ର୍ଦଶନାମା ବଳରେ ଶ୍ରୀଯୁକ୍ତ ବାହିନୀପତି ୨୪.୧୨.୨୦୧୯ ରେ ବୋଲଗଡ଼ ବ୍ଲକରେ କନିଷ୍ଟ ଯନ୍ତ୍ରୀ ଭାବେ କାର୍ଯରେ ଯୋଗଦେଇଥିଲେ । ୧୩.୫.୨୦୨୧ ତାରିଖରେ ପତ୍ର ସଂଖ୍ୟା ୮୨୪୫ ତାଙ୍କୁ ବୋଲଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ପଦରୁ ରିଲିଭ କରି ଦିଆଯାଇଥିବାବେଳେ, ଡି. ଆର.ଡି.ଏ.ଖୋର୍ଦ୍ଧା କାର୍ଯ୍ୟାଳୟ ପତ୍ର ସଂଖ୍ୟା -୨୧୨୧, ତା -୨୦.୫.୨୦୨୧ ରିଖ ରେ ତାଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀ ରୁ ସହକାରୀ ଯନ୍ତ୍ରୀ ଭାବରେ ପଦୋନ୍ନତି ଦିଆଯାଇ ପୁନର୍ବାର ବୋଲଗଡ଼ ବ୍ଲକରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ପତ୍ର ସଂଖ୍ୟା-୯୧୫୪, ୨୭.୪.୨୦୨୩ ତାରିଖରେ ଶ୍ରୀଯୁକ୍ତ ବାହିନୀପତିଙ୍କୁ ସହକାରୀ ଯନ୍ତ୍ରୀରୁ ସହକରୀ ନିର୍ବାହୀ ଯନ୍ତ୍ରୀ ଭାବରେ ପଦୋନ୍ନତି ଦିଆଯାଇ ପୁନର୍ବାର ବୋଲଗଡ଼ ବ୍ଲକ୍ରେ ଅବସ୍ଥାପିତ କରାଯାଇଛି । ଜଣେ ବ୍ୟକ୍ତି ଗୋଟିଏ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇ ଦୁଇଥର ପଦୋନ୍ନତି ପାଇଥିଲେ ମଧ୍ୟ ଅନ୍ୟ କୌଣସି ଜିଲ୍ଲାକୁ ତାଙ୍କର ବଦଳି ନ ହେବା ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । ଫଳରେ ଗୋଟାଏ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ପଦବୀ ମାଡ଼ି ବସିଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ରାଜ୍ୟ ସରାରଙ୍କର ବଦଳିନୀତି ଇଂ. ବାହିନୀପତୀଙ୍କ କ୍ଷେତ୍ରରେ ଲାଗୁ ହୋଇ ନଥିବା ବେଳେ, ଏହାକୁ ନେଇ ଅନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ସହିତ ଇଂ. ବାହିନୀପତୀଙ୍କୁ ଖୋର୍ଦ୍ଧା ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ସହିତ ବୋଲଗଡ଼ ବ୍ଲକରେ ତାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଯାଞ୍ଚ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା କରାଗଲେ ବହୁ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରିବ ।