ମଦ ଦୋକାନ ପାଖରେ ଚାଖନା ଦୋକାନକୁ ନେଇ ଗଣ୍ଡଗୋଳ : ଦୋକାନ କରିବା ପାଇଁ କିଏ ଦେଲା ପର୍ମିସନ୍
ଧାମନଗର : ସରକାର ମଦରୁ ବ୍ୟାପକ ରାଜସ୍ୱ ପାଉଥିବାରୁ ଯେଉଁଠି ନାହିଁ ସେଇଠୀ ମଦ ଦୋକାନ ଖୋଲି ଦେଉଛନ୍ତି । ଫଳରେ ଯୁବ ପିଡି ମାନେ ବିଭିନ୍ନ ସମୟରେ ସୁବିଧାର ମଦ ପାଇଯାଇ ମାତାଲ ହେଉଛିି । ଧାମନଗର-ଦୋବଲ ରାସ୍ତା ଘୋଡ଼ାଗଣ୍ଡ ରାସ୍ତା କଡରେ ଠାରେ ଥିବା ସରକାରୀ ସିକୃତି ପ୍ରାପ୍ତ ଠିପିବନ୍ଦ ମଦଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ମଦ୍ୟପ ଯୁବକ ଗଣ୍ଡଗୋଳ ଲାଗିବା ଦ୍ୱାରା ଏମିତି ଉତ୍ତେଜନା ହେଲା ଯେ ବାଧ୍ୟ ହୋଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା ।
ପ୍ରକାଶ ଥାଉକି ଉକ୍ତ ସରକାରୀ ସ୍ୱୀକୃତି ପ୍ରାପ୍ତ ଠିପିବନ୍ଦ ମଦଦୋକାନରୁ ଗୁରୁବାର ମଧ୍ୟାହ୍ନ ପ୍ରାୟ ୨ ସମୟରେ କିଛି ଯୁବକ ଉକ୍ତ ମଦଦୋକାନରୁ କିଣି ସେଠାରେ ପିଉଥିଲେ । ଏହାର କିଛି ସମୟ ପରେ ଦୋବଲ ଅଞ୍ଚଳରୁ ଦୁଇ ତିନି ଜଣ ଯୁବକ ମଦ କିଣି ପିଇବାକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ପୂର୍ବରୁ ମଦ୍ୟପ ଅବସ୍ଥାରେ ଥିବା ଯୁବକଙ୍କ କୌଣସି କାରଣରୁ ପ୍ରଥମେ ପାଟିତୁଣ୍ଡ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ହୋଇଥିଲା । ପରେ ପରିସ୍ଥିତି ଏପରି ହୋଇଥିଲା ଯେ ପୂର୍ବରୁ ମଦ୍ୟପ ଅବସ୍ଥାରେ ଥିବା ଯୁବକ ମାନେ ଉକ୍ତ ଦୁଇ ଜଣ ଯୁବକଙ୍କୁ ପିଟିଥିଲେ । ପରିସ୍ଥିତି ଅଣ ଆୟତ୍ତ ହେବାରୁ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଫଳରେ ମାଡ଼ ମାରିଥିବା ଯୁବକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୂର୍ବରୁ ମଧ୍ୟ ସେଠାରେ ଅନେକ ଥର ଗଣ୍ଡଗୋଳ ହୋଇଛି । ପ୍ରକାଶ ଥାଉକି ଠିପିବନ୍ଦ ମଦ ଦୋକାନ ନିକଟରେ କୌଣସି ଜଳଖିଆ ଓ ଚାଖନା ଦୋକାନ ରହିବାର ନୀୟମ ନାହିଁ । ହେଲେ ମଦଦୋକାନ ପାଖରେ ସବୁଜ ରଙ୍ଗର କପଡ଼ା ଘେରାଇ ସେଠାରେ ତିନୋଟି ଚାଖନା ଦୋକାନ ଖୋଲି ସେଠାରେ ଖୋଲମ ଖୋଲା ମଦ ପିଆଯାଇ ମାତାଲ ଅବସ୍ଥାରେ ଗଣ୍ଡଗୋଳ ହେଉଛିି । ସୂଚନା ଥାଉକି ନିକଟରେ ଧାମନଗର ଥାନାକୁ ନୂଆକରି ଆସିଥିବା କମିଶନରେଟ ପୋଲିସ ଗୋପାଳ କୃଷ୍ଣ ଯେନା ଉକ୍ତ ଚାଖନା ଦୋକାନ ଗୁଡ଼ିକୁ ବନ୍ଦ କରି ସମଗ୍ର ସାମଗ୍ରୀ ସିଜ କରି ନେଇଥିଲେ । ପୁଣି ସାତ ଦିନପରେ ରାଜ ନୈତିକ ଚାପରେ ଥାନାବାବୁ ଚାପିହୋଇ ଯାଇଥିଲେ । ସେଠାରେ ଦୋକାନୀ ମାନେ କୁଆଡେ ଥାନାକୁ ମାସକୁ ୬ ହଜାର ଟଙ୍କା ଦେବାକୁ ସ୍ଥିର କରିଥିଲେ । ପରେ ଏବେ ସେଠାରେ ଏବେ ମିନି ବାର ପରି ବେପାର ଚାଲିଛିି । ପ୍ରଥମେ ଯେମିତି ପୋଲିସ ଦୋକାନକୁ ବନ୍ଦ ରଖିଥିଲେ ପରେ ପୁଣି କେମିତି ପୋଲିସ ଖୋଲିବା ପାଇଁ କହୁଥିଲା ତାହା ସଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ଯଦି ଉକ୍ତ ମଦ ଦୋକାନ ନିକଟରୁ ଏହି ବେଆଇନି ଚାଖନା ଦୋକାନ ହଟିବ ସେଠାରେ ଆଉ ଅପ୍ରିତି କର ପରିସ୍ଥିତି ସୃଷ୍ଟି ହେବନାହିଁ । ଏ ଦିଗରେ ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଠିପି ବନ୍ଦ ମଦଦୋକାନ ନିକଟରେ ଅନ୍ୟ କିଛି ଦୋକାନ ରହିବା କଥାନୁହଁ ଯଦି ଏପରି ହୋଇଛିି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।