ଯବାନଙ୍କ ପାଇଁ ବାଇକ୍ ଶୋଭାଯାତ୍ରା
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ମଣ୍ଡଳ ଜରିଆରେ ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଲେତେର ଠାରୁ ନୂଆଗାଁ ପଞ୍ଚାୟତ କରଞ୍ଜକୁଟ ଶିବ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରମୁଖ ତ୍ରିରଙ୍ଗା ପତାକା ଦେଖାଇ ଏହି ବାଇକ୍ ଶୋଭାଯାତ୍ରାର ଶୁଭଉଦ୍ଘାଟନ କରିଥିଲେ । ପହଲଗାମରେ ଆତଙ୍କବାଦୀ ଗୁଳିରେ ଯେଉଁ ୨୬ ଜଣଙ୍କ ମୃତୁ୍ୟ ହୋଇଥିଲା । ଏହାକୁ ନେଇ ଆମ ଭାରତୀୟ ସୈନ୍ୟ ଅପରେସନ ସିନ୍ଦୁରରେ ଦୃଢ଼ ଜବାବ ଦେଇଥିଲେ । ଏଥିରେ ଅନେକ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲେ । ଏ ସମ୍ପର୍କରେ ମହାଳିଙ୍ଗ ଓ କେଗାଁ ଠାରେ ଶ୍ରୀ ମେହର ଏବଂ ବ୍ଲକ ଅଧ୍ୟକ୍ଷ ସଂକ୍ଷିପ୍ତ ଆକାରରେ ଅଭିଭାଷଣ ମଧ୍ୟ ରଖିଥିଲେ । ପରେ ଯବାନ ଓ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିବାବେଳେ କେଗାଁ ମଣ୍ଡଳ ପକ୍ଷରୁ ଜୟନ୍ତ ସିଂହ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ରଜତ ପୁଟେଲ, ଈଶ୍ୱର ପୁଟେଲ, ବିଶିକେଶନ ଜ୍ୟୋତିଷ, ରମେଶ ଅଗ୍ରୱାଲ, କ୍ଷୀରସିନ୍ଧୁ ପଟେଲ, ମନୋଜ କୁମାର ଅଗ୍ରୱାଲ, ପୃଥ୍ୱୀରାଜ ପ୍ରଧାନ, ଜୟ ପ୍ରଧାନ, ଚନ୍ଦ୍ର କେତକୀ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।