ସାହାପୁର ହାଟରେ ଆଣ୍ଠୁଏ କାଦୁଅ

 ପାଣିକୋଇଲି : କୋରେଇ ବ୍ଲକର ସର୍ବପୁରାତନ ହାଟ କହିଲେ ସହାପୂର ହାଟକୁ ବୁଝାଏ । ଏହା ସପ୍ତାହରେ ଦୁଇ ଦିନ ମଙ୍ଗଳବାର ଓ ଶନିବାର ବସେ । ଦୁଇଦିନ ହାଟକୁ ଆଖପାଖ ଅଞ୍ଚଳର ସମସ୍ତ ପରିବା ଚାଷୀ ହାଟକୁ ବିକିବାକୁ ଆଣିଥାନ୍ତି । ଉକ୍ତ ହାଟ ଉପରେ ସମସ୍ତେ ନିର୍ଭର କରିଥାନ୍ତି । ସଉଦା ଓ ପରିବା ଠାରୁ ଆରମ୍ଭ କରି ଘରର ସମସ୍ତ ଉପକରଣ ଜିନିଷ ମିଳିଥାଏ । ସପ୍ତାହକରେ ଦୁଇଦିନ ବସୁଥିବା ସାହପୁର୍ ହାଟ ଅବସ୍ଥା ନକହିଲେ ଭଲ । ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ସାଙ୍ଗକୁ କାଦୁଅ ପଚପଚ ହୋଇପଡ଼ୁଛି । ହାଟକୁ ଆସୁଥିବା ଗ୍ରାହକ ଆଣ୍ଠୁଏ କାଦୁଅରେ ପଶି ପରିବାପତ୍ର ଏବଂ ସଉଦା କଣିବାକୁ ବାଧ୍ୟ ହେଉଛନ୍ତି । ଶତାଧିକ ବର୍ଷର ଏହି ହାଟ ପାଇଁ କୈାଣସି ସ୍ଥାୟୀ ଯୋଜନା କରାଯାଉନାହିଁ । ଯାହାଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବେପାରୀ ମଧ୍ୟ ବେପାର କରିବାକୁ କାଦୁଅରେ ବସୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାହକ ଦାବି କରିଛନ୍ତି ।