ଯାତ୍ରାଯାଜ୍ଞସେନୀ ମଞ୍ଚରେ ବୁଲିବ ରୋବୋର୍ଟ
ଯଖପୁରା: ଆଜିକାଲି ଆଧୁନିକ ଯୁଗରେ ପ୍ରତିଯୋଗିତା ଭାବରେ ଯାତ୍ରା ମଂଚରେ ପ୍ରତି ବର୍ଷ କିଛି ନୂଆ ନୂଆ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଜଲିଉଡ ଜଗତରେ ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳର ଅଯାତ୍ରା ଅନୁଷ୍ଠାନ ଅପେରା ‘ଯାଜ୍ଞସେନୀ’ ତାର ଆଖଡ଼ା ପୂଜା ଆରମ୍ଭ କରିଛି । ଏ ବର୍ଷ ଚାରିଖଣ୍ଡ ଦମଦାର ନାଟକ, ‘ଦେଖ ଆଗକୁ କଣ ହେଉଛି’, ‘ଗ୍ୟାଙ୍ଗ ଷ୍ଟାର’, ‘ଜେମ୍ସବଣ୍ଡ’, ‘ଗାନ୍ଧୀ କ’ଣ ଭୂଲ ହୋଇଗଲା କି’ ନେଇ ଯାତ୍ରା ମୈଦାନକୁ ଓଲ୍ଲାଇବ ଯାଜ୍ଞସେନୀ । ମୁଖ୍ୟ ଉପଦେଷ୍ଟା ଇଂ. ପ୍ରସନ୍ନଜିତ ନାୟକ କହିଛନ୍ତି ଚଳିତ ବର୍ଷ ବଛା ବଛା ନାମିଦାମୀ କଳାକାର ସୁରେଶ ପଣ୍ଡା, ଜଲୀ ପଣ୍ଡା, ରାଧା ପଣ୍ଡା, ଚାନ୍ଦିନୀ, ସନ୍ଦୀପ, ଅମରଜିତ, ସାନ ମଣି, ଜୟନ୍ତ ବାରିକ, ପ୍ରଭାସ ମିଶ୍ର, ନେଉଳ, ମମତା ମିଶ୍ର ପ୍ରମୁଖ ଭଲ ନାଟୁଆ ଅଛନ୍ତି । ମେଲୋଡିରେ କିଛି ନୂତନତ୍ୱ ହେବା ସହ ପୁରାତନ ସମୟର ନାଟକ ପରିଦର୍ଶକଙ୍କ ହୃଦୟ ଜିଣିଲା ପରି ନାଟକ ନିଶ୍ଚିତ ହେବ । ଯାତ୍ରାରେ ଅଶ୍ଳୀଳ ତା ହେବ ନାହିଁ । ସବୁଠୁ ଜଲିଉଡ ଜଗତର ନୂଆ ଡ୍ରୋନ ରୋବୋର୍ଟ ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦେଖିବାକୁ ପାଇବେ । ଉପଦେଷ୍ଟାଙ୍କ ପିତା ପ୍ରଭାକର ନାୟକ ଓ ମାତା ମମିତା ନାୟକ ଦ୍ୱାରା ପାଣ୍ଡୁଲିପି ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରଯୋଜିକା ସୁଦିପ୍ତା ସିଂହ ଉପସ୍ଥିତ ରହିଥିଲେ ।