ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ପାଣିକୋଇଲି : ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଭିଜିତ ବାରିକଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଶିକ୍ଷକ ବିଷ୍ଣୁ ଚରଣ ସାହୁ, ପଞ୍ଚସଖା ସେତୁ ଅଭିଯାନର ଅଧକ୍ଷ ଦିଲୀପ କୁମାର ସାହୁ, ରଘୁନାଥ ସାହୁ, ସିଆରସିସି ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହାକୁ ଦେଖିବା ନିମନ୍ତେ ପିଲା ମାନକର ଅଭିଭାବକ ସ୍ଥାନୀୟ ଲୋକଙ୍କ ସମେତ ଆଖ ପାଖ ପଞ୍ଚାୟତର ଲୋକମାନଙ୍କର ବିଦ୍ୟାଳୟରେ ଭିଡ ଜମିଥିଲା । ହଜିଯାଉଥିବା ସଂସ୍କୃତି, ସ୍ଥାପତ୍ୟ, କଳା ଓ ପରମ୍ପରାକୁ ଉଜ୍ଜୀବିତ କରିରଖିବା କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ଭାଗବତ ଟୁଙ୍ଗି, ବିଭିନ୍ନ ପିଠା ପଣା, ମା' ହାଣ୍ଡିଶାଳ, ମାଣବସା ଗୁରୁବାର, ତୁଳସୀ ପୂଜା, ରଜ ପାନ, ରଜ ପୋଡ଼ ପିଠା, ରଜ ଦୋଳି, ସାଧବ ପୁଅର ନୌ ବାଣିଜ୍ୟ, ସୂତା ବୁଣା ଅରଟ ତଥା କାଠ ନିର୍ମିତ ବିଭିନ୍ନ ଚାଷ ଓ ମାଛ ଧରିବା ଉପକରଣ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୫୧ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।