ଅଭିଯୁକ୍ତକୁ ଗିରଫ କରୁନି ପୁଲିସ: ଏସପିଙ୍କୁ ଭେଟିଲେ ପୀଡ଼ିତା

 ପାଣିକୋଇଲି: ଅଭିଯୁକ୍ତଙ୍କୁ ଗିରଫ ପାଇଁ କୋର୍ଟ ଆଦେଶ ଥିଲେ ବି ତାକୁ ଗିରଫ କରୁନି ଯାଜପୁର ସଦର ପୁଲିସ । ସଦରଥାନାରୁ ନ୍ୟାୟ ନପାଇ ଏସପିଙ୍କୁ ଭେଟି ଗୁହାରୀ କରିଛନ୍ତି ପିଡ଼ିତା । ଯାଜପୁର ସଦରଥାନା ଅନ୍ତର୍ଗତ ମହିପୁର ଗ୍ରାମର ସେକ ଅଫ ବୁଦ୍ଦିନଙ୍କ ପନôୀ ସବିରା ସୁଲତାନାଙ୍କ ଅଭିଯୋଗ ମୁତାବକ୧୦ବର୍ଷ ତଳେ ସେ ବିବାହ କରିଥିଲେ । ତାଙ୍କ ଗୋଟେ ପୁଅ ମଧ୍ୟ ଅଛି । ସ୍ୱାମୀ ମିଛ ଚାକିରୀର ପ୍ରଲୋଭନ ଦେଖାଇ ବିବାହ କରିଥିଲେ । ହେଲେ ସବିରା କିଛି ଦିନ ପରେ ସବୁ ଜାଣିଲେ ବି ଭଗ୍ୟକୁ ଆଦରି ରହିଥିଲେ । ହେଲେ ତାଙ୍କର ସମସ୍ତ ସୁନା ଅଳଙ୍କାର, ଟଙ୍କା, ଗାଡି ଓ ଜମିକୁ ବିକ୍ରି କରି ସାରିବା ପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ସବୁ କିଛି ସହି ନିଜ ପିଲାର ଭବିଷ୍ୟତକୁ ଦେଇ କିଛି କହିନଥିଲେ ସବିରା । ୬ବର୍ଷ ହେବ ସ୍ୱାମୀଙ୍କ ପକ୍ଷରୁ ବାରମ୍ବାର ନିର୍ଯ୍ୟାତିତ ହେବା ପରେ ସେ ଆଦାଲତର ଆଶ୍ରୟ ନେଇଥିଲେ । ମାନ୍ୟବର ଅଦାଲତ ତାଙ୍କ ସ୍ୱାମୀକୁ ଗିରଫ କରିବାକୁ ଓ ଟଙ୍କା ପଇଠ କରିବାକୁ ଆଦେଶ ଦେଇଥିଲେ । ମାତ୍ର ସଦର ପୁଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ଦ୍ୱିତୀୟ ବିବିହ କରିବା ସହିତ ବିଦେଶ ପଳାଇବାକୁ ଟିକଟେ କାଟିଛନ୍ତି । ଫଳରେ ପିଲାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବାର ପରିସ୍ଥିତି ସୃଷ୍ଟି ହୋଇଛି । ଦେଶ ଛାଡି ଯିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ସ୍ଥାୟୀ ସମାଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଗୁହାରୀ କରିଛନ୍ତି ସବିରା ।