ଯାଦବ ବନ୍ଧୁମିଳନ
ନିଆଳି : ନିଆଳି ବ୍ଲକ ଗୋପାଳ ନଗର ଗ୍ରାମ ଗାୟା ସାହିରେ ୪୪ ତମ ବାର୍ଷିକ ଯାଦବ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ତ୍ରିଲୋଚନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତଅତିଥି ଭାବେ କେଦାର ନାଥ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ବଂଶୀଧର ବେହେରା, ବେନୁ ବେହେରା, ଲକ୍ଷ୍ମଣ ଦାଶ, ଜଗୁ କାଠୁଆ, ମନୁ ବେହେରା, କୈଳାସ ଦାଶ, ପବିତ୍ର ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ରମେଶ ବେହେରା ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ । ଏହି ଅବସରରେ ହୋଇଥିବା ଲଉଡି ଖେଳରେ ରାମଶାଳୀ ପକ୍ଷରୁ ୧୭ ଗୋଟି ଟିମ ଭାଗ ନେଇଥିଲେ । ଗୋପାଳ ଭାଇମାନଙ୍କ ପକ୍ଷରୁ ଏହି ପରମ୍ପରା ୪୪ ବର୍ଷ ଧରି ହୋଇଆସୁଛି । ଗ୍ରାମବାସୀଙ୍କ ପକ୍ଷରୁ ଲଉଡି ଖେଳକୁ ରସାନନ୍ଦ ପରିଡା, ଅନ୍ତର୍ଯ୍ୟାମୀ ଦାଶ ପରିଚାଳନା କରିଥିବା ବେଳେ କାହ୍ନୁ ବେହେରା, କାଳନ୍ଦୀ ଦାଶ, ରବୀନ୍ଦ୍ର ଦାଶ, ଶ୍ରୀଧର ଦାଶ, ମାଧବାନନ୍ଦ ଦାଶ, ରମାକାନ୍ତ ଦାଶ, ମନୋରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।