ଆକାଶଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍
ବ୍ୟାସନଗର : ବ୍ୟାସନଗର ପୌରପରିଷଦର ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତାର ରୂପ ନେବାକୁ ଯାଉଛି । ବ୍ୟାସନଗର ଷ୍ଟାଡିୟମର ଉନ୍ନତିକରଣ ଓ ଆଧୁନିକରଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ତାହା ଆଜି ସଫଳ ହେବାକୁ ଯାଉଅଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଧଶାନୁଯାୟୀ ରାଜ୍ୟର କ୍ରୀଡା ଭିତିଭୂମିକୁ ସୁଦୃଢ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ଜନସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବାପାଇଁ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଅନୁରୋଧ କ୍ରମେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବ୍ୟାସନଗର ପୌରପରିଷଦରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ବ୍ୟାସନଗର ଷ୍ଟାଡିୟମର ଉନ୍ନତିକରଣ ଓ ଆଧୁନିକରଣ ହେବାପାଇଁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଦ୍ୱାରା କେବଳ ବ୍ୟାସନଗର ନୁହେଁ ବରଂ ସମଗ୍ର ଯାଜପୁର ଜିଲ୍ଲାର କ୍ରୀଡା ଭିତିଭୂମି ଆହୁରି ସୁଦୃଢ ହେବ । ଉଚ୍ଚସ୍ତରୀୟ ବୈଠକରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରେଇ ବିଧାୟକ ଆକାଶ ଦାସନାୟକ, କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, କ୍ରୀଡା ବିଭାଗର ଅନ୍ୟ ଉଚ୍ଚପଦସ୍ଥ ଅଫିସର, ପୂର୍ତ ବିଭାଗ, ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରୁ ସରକାର, ବିଭାଗୀୟ ମନ୍ତ୍ରୀ, ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ଆକାଶ ଦାସନାୟକଙ୍କୁ ତାଙ୍କ ବାସଭବନରେ ଯାଜପୁର ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ତରଫରୁ ଶୁଭେଚ୍ଛା ଜଣାଯାଇଥିଲା । ବିଧାୟକଙ୍କ ସହିତ ବହୁତ ସମୟ ଆଥ୍ଲେଟିକ୍ ସଭ୍ୟମାନେ ଆଲୋଚନା କରି ସବୁପ୍ରକାର ସହଯୋଗ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ଆଥ୍ଲେଟିକ୍ ସମ୍ପାଦକ ତଥା ଓଡିଶା ଆଥ୍ଲେଟିକ୍ ଆସୋସିଏସନ୍ର କାଉନ୍ସିଲ ସଭ୍ୟ ମନୀନ୍ଦ୍ର ଧଳ, ଉପସଭାପତି ଅଜୟ ନାୟକ, ସହସମ୍ପାଦକ ନିରଞ୍ଜନ ପୃଷ୍ଟି, ଯୁଗ୍ମ ସମ୍ପାଦକ ରାଜେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।