ତାଲୁକ୍ ଆଇନ ସେବା କର୍ମଶାଳା
ଦଶପଲ୍ଲା : ଦଶପଲ୍ଲା ତଲୁକ୍ ଆଇନସେବା କମିଟି ପକ୍ଷରୁ ବିଚାର ବିଭାଗୀୟ ଅଦାଲତରରେ ପାରା ଲିଗାଲ ସ୍ୱେଚ୍ଛାସେବୀଙ୍କ ସଚେତନତା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ସମ୍ବିଧାନର ମୁଖବନ୍ଧ ତଥା ମୌଳିକ ଢାଞ୍ଚା, ବିବାହ ଓ ଛାଡପତ୍ର ପୋଷ୍ୟ ସନ୍ତାନ ଆଇନି, ସମ୍ପତ୍ତିଗତ ଅଧିକାର, ମୋଟର ଯାନ ଆଇନ, ଶିକ୍ଷା ଅଧିକାର ଆଇନ, ଆରେଷ୍ଟ ଏବଂ ଯାମିନି ସମ୍ପର୍କିତ ଆଇନ, ଶ୍ରମ ଆଇନ୍, ଘରୋଇ ହିଂସା ନିରୋଧ ଆଇନ ଓ ନାବାଳକ ବା ଶିଶୁ ମାନଙ୍କ ପାଇଁ ଥିବା ଆଇନ୍ ପ୍ରଭୃତି ଉପରେ ତାଲିମ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସେକ୍ରେଟାରୀ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଆଇନଜୀବୀ ଗୌର ଚନ୍ଦ୍ର ମିଶ୍ର, ଶରତଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଦାସ, ଆଲୋକ ସେନାପତି ଓ ହାଡିବନ୍ଧୁ ସାହୁ ବିଭିନ୍ନ ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଦଶପଲ୍ଲା ବିଚାର ବିଭାଗୀୟ ମାଜଷ୍ଟ୍ରେଟ ଐଶ୍ୱର୍ୟା ଦେବାମଲିନି ଧନ୍ୟବାଦ ଦେଇଥିଲେ ।