ହତ୍ୟା ଅଭିଯୁକ୍ତକୁ ଆଜୀବନ 

 ସମ୍ବଲପୁର:  ସମ୍ବଲପୁର ସେସନ୍ କୋର୍ଟ ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ଏକ ହତ୍ୟା ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି । ହତ୍ୟାକାରୀ ଟାମ୍ପରଗଡ ତାଲିମାଲ ଗ୍ରାମର ପ୍ରଶାନ୍ତ ମୁଣ୍ଡା(୩୬)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ, ତାଲିମାଲ ଗ୍ରାମର ଅମୁଶ ମୁଣ୍ଡା ଦୀର୍ଘବର୍ଷ ହେବ ଏକ ସରକାରୀ ଜାଗାକୁ ଜବରଦଖଲ କରିଥିଲେ । ସେଠାରେ ଏକ କ୍ଲବ ଘର କରିବାକୁ ପ୍ରଶାନ୍ତ ଓ ତାଙ୍କ ନାବାଳକ ସାନ ଭାଇ  ଉଦ୍ୟମ କରିଥିଲେ । ଏହାକୁ ନେଇ ଗଣ୍ଡଗୋଳ ଉପୁଜିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅମୁଶ ମୁଣ୍ଡାଙ୍କ ପୁଅ ବିଲାସନ ମୁଣ୍ଡା(୨୫)କୁ ୧୭ଜୁନ୍, ୨୦୨୦ରେ ୨ଭାଇ ହତ୍ୟା କରିଥିଲେ । ଏ ନେଇ ଯୁଯୋମୁରା ଥାନାରେ ୬୯/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ୧୦ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାକୁ ପିପି ଦୀପ୍ତିରଞ୍ଜନ ଷାଣ୍ଢ ପରିଚାଳନା କରିଥିଲେ ।