ଦୁଇ ରେଳକର୍ମଚାରୀ ପୁରସ୍କୃତ
ସମ୍ବଲପୁର : ରେଳଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା, ନିରାପତ୍ତା ନିୟମ ଅନୁସରଣ ଏବଂ ସତର୍କତା ପାଇଁ ସମ୍ବଲପୁର ରେଳ ଡିଭିଜନର ଦୁଇ ଜଣ କର୍ମଚାରୀଙ୍କୁ ଡିଆର୍ଏମ୍ ତୁଷାରକାନ୍ତ ପାଣ୍ଡେ ପୁରସ୍କୃତ କରିଛନ୍ତି । ପୁରସ୍କୃତ କର୍ମଚାରୀମାନେ ହେଲେ ଟିଟିଲାଗଡ଼ର ସିନିୟର ଗୁଡ୍ସ ଟ୍ରେନ୍ ମେନେଜର ଉପେନ୍ଦ୍ର କୁମାର ଏବଂ ମୁନିଗୁଡ଼ାର ଟ୍ରେକ୍ ମ୍ୟାଣ୍ଟେନର ଅନନ୍ତ ପଲକିଆ । ଏମାନଙ୍କୁ ଡିଆରଏମ୍ ଶ୍ରୀ ପାଣ୍ଡେ ସମ୍ମାନଜନକ ପ୍ରମାଣପତ୍ର ଓ ନଗଦ ରାଶି ପ୍ରଦାନପୂର୍ବକ ସମ୍ମାନିତ କରିଥିଲେ । ଅତିରିକ୍ତ ରେଳମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ) ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ପରିଚାଳନା ପ୍ରବନ୍ଧକ ଅଖିଳେଶ ତ୍ରିପାଠୀ, ବରିଷ୍ଠ ନିରାପତ୍ତା ଅଧିକାରୀ ସମ୍ବିତ୍ ସୌରଭ ସାହୁ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।