ଯୁଗ୍ମ ଅଭିଯୋଗ ଶୁଣାଣି
ରାୟଗଡ / ଚନ୍ଦ୍ରପୁର : ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ସଦ୍ଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି ସରୋଜିନୀ ଦେବୀ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ କୟାନ କିମ୍ୱାକା, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ କାନ୍ତ ବାଙ୍ଗଳା, ତହସିଲଦାର ସୁନୀଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ମୋଟ ୩୯ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲାବେଳେ ୧୮ଗୋଟି ଗ୍ରାମବାସୀମାନଙ୍କର ସାମୂହିକ ଅଭିଯୋଗ ରହିଥିଲା । ବିଶେଷ କରି ଆବାସ ଯୋଜନାରେ ଘର, ସ୍ୱାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା, ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଅଭିଯୋଗ ଶିବିରରେ ୫ଜଣକୁ ୫୧ହଜାର ଟଙ୍କା ରେଡ଼କ୍ରସରୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇବା ପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଓଡିଶା ଜୀବିକା ମିଶନ ମହିଳାମାନଙ୍କ ନିମନ୍ତେ ମୁଢି ମିଲ ଉଦ୍ଘାଟନ କରିଥିବାବେଳେ ଉଦ୍ୟାନ ବିଭାଗ ପକ୍ଷରୁ ଚାରା ବଣ୍ଟନ କରିଥିଲେ ।
ବଲାଙ୍ଗିର,୧୯ ।୮: ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅବିଳାଷଜିଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣିରେ ସମୁଦାୟ ୧୦୬ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ସେହି ମଧ୍ୟରୁ ୭୫ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୩୧ଟି ସାମୂହିକ ଦରଖାସ୍ତ ଥିଲା । ଜନସାଧାରଣଙ୍କ ଦ୍ୱାରା ଆଗତ ହୋଇଥିବା ୫ଟି ମାମଲାର ଅଭିଯୋଗର ଶୁଣାଣି ତୁରନ୍ତ ସମାଧାନ ସମ୍ପୃକ୍ତ ବିଭାଗର ଅଧିକାରୀମାନେ କରିଥିଲେ । ଅନନ୍ୟ ମାମଲା ଗୁଡିକୁ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରୁଣୀ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅନନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।