ଦୁଇ ଗୁରୁତର
ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ଠାରେ ଆଜି ଭୋରୁ ସଡକ ଦୁର୍ଘଟଣାରେ ବାଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ଭାସ୍କର ଜେନାଙ୍କ ପୁଅ ରବିନ୍ଦ୍ର(୪୦) ଓ ବେରୁଦା ଗ୍ରାମର ଗେଡ ମୁଣ୍ଡା (୩୫) ଦୁହେଁ ଏକ ବାଇକ ଯୋଗେ ଯାଉଥିବା ବେଳେ କୁଆଖିଆ ପଟୁ ଆସୁଥିବା ୧୦୮ସହିତ ସମ୍ନା ସାମ୍ନି ଧକ୍କା ହୋଇଥିଲ । ଫଳରେ ବାଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସେହି ୧୦୮ରେ ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ବଡ ମେହିକାଲକୁ ସ୍ଥାନାନ୍ତର କରାଯାଇଛି ।