ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନେ୍ଦାଳନ
ସୋର : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦୀର୍ଘ ବର୍ଷ ହେବ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରି ଆସୁଛି । ହେଲେ ସରକାର ଦାବି ପୂରଣ କରୁନଥିବାରୁ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଉଛି । ସରକାର ବିଭିନ୍ନ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୧ ଜୁନ ୨୦୦୮ ରୁ ୧ ଜୁନ୍ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ । ହେଲେ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରିନାହାନ୍ତି । ବିଜେପି ସରକାର ଆସିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୩ ମାସ ମଧ୍ୟରେ ସଂଘ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ୧୨ଥର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରି ଦାବିପତ୍ର ଦେଇଛି । ଏପରିକି ଅନଲାଇନ ଜନଶୁଣାଣି, ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି, ହେଲେ ଫଳ କିଛି ମିଳିଲା ନାହିଁ । ମୁଖ୍ୟମନ୍ତ୍ରୀ ମହାତ୍ମାଗାନ୍ଧୀ ମାର୍ଗ ବିକ୍ଷୋଭ ସ୍ଥଳରୁ ସଂଘର ପ୍ରତିନିଧି ଦଳକୁ ଡାକି ଆଲୋଚନା କଲେ ନାହିଁ । ତେଣୁ କାର୍ଯ୍ୟବନ୍ଦ ଆନେ୍ଦାଳନ ନିମିତ୍ତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେତେ ପର୍ଯ୍ୟନ୍ତ ସରକାର ଆମ୍ଭର ଦାବି ତଥା (୨୦୦୮-୧୮) ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ହୋଇଥିବା ସମସ୍ତ ଅଧ୍ୟାପକ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନଭୁକ୍ତ କରାଯାଇନାହିଁ ସେତେ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଜାରି ରହିବାର ନିଷ୍ପତ୍ତି ନିଆଯାଇଛି । ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ଆହ୍ୱାନକ୍ରମେ ଏହି ଆନେ୍ଦାଳନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର, ଖଣ୍ଡ ସଂଯୋଜକ ଦାୟିତ୍ୱରେ ଥିବା ଅରୁଣ ରାମ ଏବଂ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
ଖଇରା: ବାଲେଶ୍ୱର ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ଖଇରା ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ କର୍ମଚାରୀମାନେ ସ୍ୱଳ୍ପ ପାରିଶ୍ରମିକରେ ପରିବାର ପୋଷଣ କରୁଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ସରକାରୀ ଆଦେଶ ପ୍ରକାଶ କରି ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପାଇଁ ସରକାରଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ହେଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରତିବାଦରେ ରାଜ୍ୟ ଅଣଅନୁଦାନପ୍ରାପ୍ତ କର୍ମଚାରୀ ସଂଘର ଆହ୍ୱାନକ୍ରମେ ଏହି ମହାବିଦ୍ୟାଳୟରେ ଉପରୋକ୍ତ ସମୟ ମଧ୍ୟରେ ନିଯୁକ୍ତ ୧୮ଜଣ କର୍ମଚାରୀ ଗତ ସୋମବାର ମାହବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଏବଂ ସେମାନଙ୍କର ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଚାଲିବ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟରତ କର୍ମଚାରୀ ଆଲିସା ମହାନ୍ତି, ଉଦାକିନୀ ନାୟକ, ଅଶୋକ କୁମାର ବେହେରା, ରମାକାନ୍ତ ମହାନ୍ତି, ସୁଶାନ୍ତ କୁମାର ବିଶ୍ୱାଳ, ମନସ୍ମିତା ପାଢୀ, ଅଜୟ ମୁଖି, ଦିନେଶ କୁମାର ଜେନା, ପ୍ରଶାନ୍ତ କୁମାର ଜେନା, ସମୀକ୍ଷା ପୃଷ୍ଟି ଓ ସୁକାନ୍ତି ପଣ୍ଡା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।