ପାଲା ବିକାଶ ପରିଷଦର ବାର୍ଷିକୋତ୍ସବ
ବ୍ୟାସନଗର : କୋରେଇ ବ୍ଲକ ଅନ୍ତର୍ଗତ ସର୍ବପୁରାତନ ପାଲା ଅନୁଷ୍ଠାନ ହଳଦିଗଡିଆ ପରିସରରେ ଆଞ୍ଚଳିକ ପାଲା ବିକାଶପରିଷଦର ଦ୍ୱିତୀୟବାର୍ଷୀକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନାତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଯାଜପୁରରୁ ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ, ସୁନାମ ଧନ୍ୟ ପାଲା ଗାୟକ ଶରତ କୁମାର ଦଳେଇ, ଅଧ୍ୟାପକ ଅଭିରାମ ଶତପଥି ଅତିଥିଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ବୃନ୍ଦାବନ ସାହୁଙ୍କ ମଞ୍ଚ ପରିଚାଳନାରେ ଅନ୍ୟତମ ଅତିଥି ଭାବେ ବିଜୟ କୁମାର ଜେନା, ଗାୟିକା ନିରୁପମା ପଣ୍ଡା, ମାଧବାନନ୍ଦ ପରିଡ଼ା, ସମ୍ପାଦକ ଚିତ୍ତରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ରଙ୍ଗାଧର ବ୍ରହ୍ମା, ସୁରେନ୍ଦ୍ର କୁମାର ମିଶ୍ର, ରମେଶ କୁମାର ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହିପରି ପେକ୍ଷୀରେ ଅତିଥି ମାନେ ପାଲା ପରିବେଷଣ ମଧ୍ୟରେ ଅପସଂସ୍କୃତିକୁ ବିରୋଧ କରିଥିଲେ । ଇତ୍ୟବସରରେ ଜିଲ୍ଳାର ପ୍ରାୟ ୫୦ ଗୋଟି ପାଲା ଅନୁଷ୍ଠାନର ସଭାପତି ଓ ସମ୍ପାଦକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ହଳଦୀଗଡିଆ ପାଲା କମିଟି ସଭାପତି ଗୋକୁଳାନନ୍ଦ ଦାସ୍, ସମ୍ପାଦକ ଭବାନୀ ଶଙ୍କର ଦାସ୍ ଉପସ୍ଥିତ ଥିଲେ । ଜିଲ୍ଲା ଅନୁଷ୍ଠାନର କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥଲେ । ପ୍ରାରମ୍ଭରେ ସ୍ୱାଗତ ନୃତ୍ୟ ପରିବେଷଣ ସୁଶ୍ରୀସ୍ନେହାରକ୍ଷଣୀ ନାଥ ଓ ସୁଶ୍ରୀ ଉଷାରାଣୀ ମିଶ୍ର କରିଥିଲେ ।