ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ମାନୁନି ଇମ୍ଫା : ଜମି ଜବରଦଖଲ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

 କାଳିଆପାଣି: ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀ ବିରୁଦ୍ଧରେ ଜମି ଜବରଦଖଲ ଭଳି ଅଭିଯୋଗ ଆଣିଛନ୍ତି କାଳିଆପାଣି ଗ୍ରାମବାସୀ । କାଳିଆପାଣି ଗାଁର ଚଣ୍ଡିମାତା ସ୍କୁଲ ଜମି (ଖତିଆନ ନମ୍ବର ୫୩/୮, ପ୍ଲଟ ନମ୍ବର ୬୫୮/୧୦୨୧, ପରିମାଣ ୧ ଏକର) ଜମିକୁ ଇମ୍ଫା କମ୍ପାନୀ ଦୀର୍ଘ ବର୍ଷଧରି ଅକ୍ତିୟାରରେ ରଖିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । 
ସେହିପରି ଅନ୍ୟ ଏକ ଅଭିଯୋଗ ପତ୍ରରେ ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି ଯେ କାଳିଆପାଣି ଗ୍ରାମର ଜଙ୍ଗଲ ଜମି ( ପ୍ଲଟ ନଂ ୫୪/ ୫୦୧ ଏବଂ ପ୍ଲଟ ନଂ ୫୪ /୫୦୪ ), କାଳିଆପାଣି ମୌଜାର ପଥରବଣୀ ପ୍ଲଟ ନଂ ୫୫/୫୦୨ଏବଂ ପ୍ଲଟ ୫ ୫ /୬୨୭, କାଳିଆପାଣି ମୌଜାର ନିର୍ମାଣ ଓ ପରିବହନ ବିଭାଗର ରାସ୍ତା ଜମି ପ୍ଲଟ ନଂ ୫୮/୬୩୦କୁ ବେଆଇନ ଭାବେ ଦଖଲ କରି ସେଠାରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରିବା ଏବଂ କାଳିଆପାଣି ସ୍କୁଲ ଏବଂ ଗାଁ ନିକଟରେ ଥିବା ଟମକା-ମଙ୍ଗଳପୁର ରାସ୍ତା ଉପରେ ବେଆଇନ ଭାବେ ଟ୍ରକ ପାର୍କିଂ କରିବା ଆଦି ବିଷୟକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଇମ୍ଫା କମ୍ପାନୀ ଗତ କୋଡିଏ ବର୍ଷ ଠାରୁ ଉର୍ଦ୍ଧ ଏଠାରେ ସ୍ଥାନୀୟ ଜମିକୁ କୌଶଳ କରି ନିଜ ଅକ୍ତିଆରରେ ରଖି ଦଖଲ କରିଆସୁଛି । ଏହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର କମ୍ପାନୀକୁ ଲିଖିତ ଏବଂ ମୌଖିକ ଅଭିଯୋଗ କରାଯାଇଥିଲେ ସୁଦ୍ଧା କମ୍ପାନୀ ଏନେଇ କର୍ଣ୍ଣପାତ କରିନାହିଁ । ଏପରିକି ସ୍କୁଲ ନିକଟରେ ଥିବା ଜମି ଉପରେ ଟ୍ରକ ପାର୍କିଂ କରି ପରିବେଶ ଦୂଷିତ କରିବା ସହିତ ଗ୍ରାମବାସୀଙ୍କ ଚଳପ୍ରଚଳ ରେ ବ୍ୟାଘାତ ସୃଷ୍ଟି କରୁଅଛି । କମ୍ପାନୀର ନିଜସ୍ୱ ଟ୍ରକ ପାର୍କିଂ ୟାର୍ଡÿ ନିର୍ମାଣ ନିମନ୍ତେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶାବଳି ୫୭୪/୫ା୧୦ା୨୦୦୯ରେ ଦିଆଯାଇଥିଲେ ସୁଦ୍ଧା କମ୍ପାନୀ ଅଦ୍ୟାବଧି ଏହାକୁ ଅଣଦେଖା ଏବଂ ଅବମାନନା କରିଆସୁଛି । ଯଦ୍ୱାରା ଅନେକ ସମୟରେ ଏହି ରାସ୍ତା ଉପରେ ଟ୍ରକ ଦୁର୍ଘଟଣା ହୋଇ ଅନେକ ସ୍ଥାନୀୟ ଧନା ଜୀବନ ନଷ୍ଟ ହେବାର ନଜିର ରହିଛି । କମ୍ପାନୀ ଏଅଞ୍ଚଳର ବିକାଶ ଦିଗରେ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟ ନକରି ଓଲଟା ଗ୍ରାମର ଜମି, ସ୍କୁଲ ଜମିକୁ କବକରି ରଖି ଲୋକଙ୍କୁ ଶୋଷଣ କରି ଆସୁଛି । ଏହି ସବୁ ସମସ୍ୟାକୁ ନେଇ କାଳିଆପାଣି ଗାଁର ବେଣୁଧର ମହାକୁଡ଼, ଯାତ୍ରୀ ମହାନ୍ତ, ସାବିତ୍ରୀ ମହାନ୍ତ, ନବ ବିନ୍ଧାଣି ଏବଂ ଅନ୍ୟମାନେ ଯାଜପୁର ଜିଲାପାଳଙ୍କୁ ଭିନ୍ନ ଭିନ୍ନଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି