ସାବୁନରେ କୁନି ରଥ : ଚର୍ଚ୍ଚାରେ ବାଲୁକାଶିଳ୍ପୀ ସନ୍ତୋଷ
ଦାନଗଦୀ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ହରିପୁର ଗ୍ରାମର ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନ ସାବୁନୁରେ ତିଆରି କରିଛନ୍ତି ମା’ସୁଭଦ୍ରାଙ୍କ ରଥ । ୩ଇଂଚ ୫ସେମି ଉଚ୍ଚତାର ରଥ ପାଇଁ ଶିଳ୍ପୀ ସନ୍ତୋଷ ୪ଘଣ୍ଟା ପରିଶ୍ରମକରି କୁନି ରଥ ନିର୍ମାଣ କରିଛନ୍ତି । ସନ୍ତୋଷ ପୂର୍ବରୁ ବାଲୁକା ଶିଳ୍ପୀ ଭାବେ ସୁନ୍ଦର ଉଚ୍ଚ କୋଟ୍ଟୀର କାରୁକାର୍ଯ୍ୟ ମାନ କରି ବହୁ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଗାଁ ହରିପୁର ମା’ପଠାଣିଆଙ୍କ ପୀଠରେ ସବୁ ପର୍ବ ପର୍ବାଣୀରେ ସେ ବାଲିରେ ବିଭିନ୍ନ କାରୁକାର୍ଯ୍ୟ କରିଥାନ୍ତି । ସୁକିନ୍ଦା ଅଂଚଳର ସେ ଜଣେ ବହୁ ପରିଚିତ ସୁନ୍ଦର ବ୍ୟକ୍ତିତ୍ୱ ହୋଇଥିବା ବେଳେ ତାଙ୍କ ସ୍ୱହସ୍ତରେ କୁନି ରଥଟି କରି ବହୁ ପ୍ରଶଂସା ସାଉଁଟିଛନ୍ତି ।