ବ୍ଲକ କାର୍ଯ୍ୟାଳୟ ରାସ୍ତା ବିପର୍ଯ୍ୟସ୍ତ
କୁଆଖିଆ : ରସୁଲପୁର ବ୍ଲକ କାର୍ଯ୍ୟାଳୟକୁ ରାଜପଥରୁ ସଂଯୋଗ କରୁଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । କାର୍ଯ୍ୟାଳୟ ଦିବସରେ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକେ ରାସ୍ତା ପାଇଁ ହିନସ୍ତା ହୋଇଥାନ୍ତି ।
ରାସ୍ତା ମରାମତି ପାଇଁ ଉନ୍ନତିକରଣ ନେଇ ରସୁଲପୁରର ସଚେତନ ନାଗରିକ ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆବାହକ ଇଂବିଶ୍ୱଜିତ୍ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୁଆଖିଆ ଠାରୁ ଏକ ଶୋଭାଯାତ୍ରାରେ ଯାଇ ବିଡିଓ ସତ୍ୟାନନ୍ଦ ଦାସଙ୍କୁ ପ୍ରଦାନ କରିବା ସହିତ ଦୀର୍ଘ ଦଶନ୍ଧି ଧରି ବ୍ଲକ କାର୍ଯ୍ୟାଳୟ ରାସ୍ତାଟି ଶୋଚନୀୟ ହେବା ଯୋଗୁଁ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଦୈନିକ ଶହଶହ ଲୋକମାନେ ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଏବଂ ବିଶେଷ କରି ଭିଲନ୍ନକ୍ଷମ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ବ୍ଲକଟି କୋରେଇ, ଧର୍ମଶାଳା ଏବଂ ବରୀ ନିର୍ବାଚନ ମଣ୍ଡଳୀର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ କେଉଁ କାରଣରୁ ରାସ୍ତାଟିର ମରାମତି ହେଇ ପାରୁନାହିଁ ବୋଲି ଜାଣିବାକୁ ଚାହିଁଥିଲେ । ଉତରରେ ବିଡିଓ ଶ୍ରୀଯୁକ୍ତ ଦାସ ରାସ୍ତାଟି ଏକ ଘରୋଇ ଜମିଜମା ମାମଲା ମଧ୍ୟରେ ରହିଛି ।ଏସମ୍ପର୍କରେ ବିଭାଗୀୟ ଅଧିକାରୀ ତହସିଲଦାରଙ୍କ ସହିତ ଆଲୋଚନା ହୋଇଛି । ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ । ଜଣାଯାଏ ଏହି ରାସ୍ତା ନବୀକରଣ ପାଇଁ ରାଜସ୍ୱ ପାଣ୍ଠିରୁ ୮୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ହୋଇଛି । ତେବେ ରାସ୍ତାଟି କେତେକ ଘରୋଇ ମାଲିକାନାରେ ରହିଥିବାରୁ ଏଥିନେଇ ମାମଲା କୋର୍ଟର ବିଚାରଧିନ ରହିଛି । ଯାହା ପାଇଁ ରାସ୍ତାର ମରାମତିରେ ପ୍ରତିବନ୍ଧକ ସାଜିଛି । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ ସରକାର ଉନ୍ନୟନ ପ୍ରକଳ୍ପ ପାଇଁ ଅନେକ ସମୟରେ ଘରୋଇ ଜମିଜମା ମାମଲାରେ ଆପୋଷ ସମାଧାନ କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଏଠାରେ