୨ ମାଓବାଦୀ ଏନ୍କାଉଣ୍ଟରେ ଟଳିଲେ
ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ କାଙ୍କେର ଜଙ୍ଗଲରେ ଶୁକ୍ରବାରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୨ଜଣ ମାଓବାଦୀ ଟଳି ପଡିଥିବା ଜଣାପଡିଛି। ମିଳିଥିବା ସଚନା ମୁତାବକ, କାଙ୍କେର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏନେଇ ଯବାନ ଏବଂ ପୋଲିସ ପକ୍ଷରୁ ଜଙ୍ଗଲରେ କୋମ୍ବିଂ ଅପରେଶନ କରାଯାଇଥିଲା। ସେତିକିବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କୁ ଦେଖି ପ୍ରଥମେ ଗୁଳି ଫୁଟାଇଥିଲେ। ଯବାନ ଏହାର ପାଲଟା ଯବାବ ଦେଇଥିଲେ। ଫଳରେ ଯବାନଙ୍କ ଗୁଳିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରହିଛି।