କରାଟେ ଓ ତାଇକୋଣ୍ଡୋ ସମର କ୍ୟାମ୍ପ ଉଦ୍ୟାପିତ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କରାଟେ ଓ ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ମାସ ଧରି ଚାଲିଥିବା ସମର କ୍ୟାମ୍ପ ଆଜି ଉଦ୍ୟାପିତ ହୋଇଛି । କରାଟେ ତଥା ତାଇକଣ୍ଡୋ କୋଚ ଅସୀମ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍ୟାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ, ସମ୍ମାନିତଅତିଥି ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ଫରେଷ୍ଟ ରେଞ୍ଜ ଅଫିସର ନବୀନ ପଣ୍ଡା, ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ସ୍କୁଲ ଓ କଲେଜମାନଙ୍କରେ ସରକାରଙ୍କ ପକ୍ଷରୁ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ନିମ୍ନମାନର ହୋଇଥିବାରୁ ଏହାର ଉଚିତ ପ୍ରଶିକ୍ଷଣ ପାଇଁ ଉପଯୁକ୍ତ ଟ୍ରେନର୍ର ବ୍ୟବସ୍ଥା କରାଯାଉ ବୋଲି ଅସୀମ ଭୋଇ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ସମ୍ମାନିତଅତିଥି ଶ୍ରୀ ବାଗ ଓ ଶ୍ରୀ ପଣ୍ଡା ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶେଷରେ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।