ଚୋରା ମଦ ଜବତ, ୫ କୋର୍ଟ ଚାଲାଣ

ଚୋରା ମଦ ଜବତ, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା : ଜିଲ୍ଲ।ପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳ ପାଟକୁରା, ମାର୍ଶାଘାଇ, ଜମ୍ବୁ ମେରାଇନ ଓ ମହାକାଳପଡ଼ା ଥାନା ଅଧିନିସ୍ତ ଚଢାଉ କରାଯାଇ ଗର୍ଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତି ଙ୍କ ଠାରୁ ୨୬ ଲିଟର ଦେଶୀ ମଦ, ଡିଙ୍କୁଣୀ ଦାସଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ଓ ଶାନ୍ତିଲତା ଦାସଙ୍କ ଠାରୁ ୧୭ ଲିଟର ଦେଶୀ ମଦ, ତାଳଶଙ୍ଗା ଗ୍ରାମର ସବିତା ଲେଙ୍କାଙ୍କ ଠାରୁ ୩୦ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ସରସ୍ୱତୀ ଖିଲାରଙ୍କ ଠାରୁ ୮୫ ଲିଟର ଦେଶୀ ରନ୍ଧା ମଦ ଓ ଚନ୍ଦା ଖିଲାରଙ୍କ ଠାରୁ ୩୭୦ ଲିଟର ଦେଶୀ ରନ୍ଧା ମଦ ଏବଂ ଗଗନ ସ୍ୱାଇଁଙ୍କ ଠାରୁ ୬୫ ଲିଟର ଦେଶୀ ରନ୍ଧା ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ପ୍ରାୟ ୧୦୦୦ ଲିଟର ଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୫ ମହିଳା ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି । ଏହି ଚଢ।ଉରେ ଅବକାରୀ ନିରିକ୍ଷକ  ହିତାଂଶୁ ଶେଖର ମଲ୍ଲିକ, ପଦ୍ମ ଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ଏବଂ ଅନ୍ୟ  କର୍ମଚାରୀ ସାମିଲ ଥିଲେ  ।