ଯୁବକ ସଂଘର ବାର୍ଷିକୋସବ

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗୋପବନ୍ଧୁ ଯୁବକ ସଂଘ ବାର୍ଷିକୋସôବ ଗ୍ରାମଦେବତୀ ମା’ ଜାଗୁଳାଇ ପୀଠରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ସରସ୍ୱତୀ ପୂଜା ପାଳନ ଅବସରରେ ଯୁବକ ସଂଘ ସଭାପତି ଗଜେନ୍ଦ୍ର ଦାସ ଓ ସମ୍ପାଦକ ସୁରଥ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôବରେ ସ୍ଥାନୀୟ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବିଡିଓ ଦେବଦତ୍ତ ଦାଶ, ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି, ସରପଞ୍ଚ ପରମାନନ୍ଦ ନାୟକ, ପ୍ରାକ୍ତନ ସମିତି ସଭ୍ୟ ବିଦ୍ୟାଧର ଜେନା, ଅଧ୍ୟାପକ ଅନାଦି ଚରଣ ସାହୁ, ଶିକ୍ଷକ ଦୁଃଖିଶ୍ୟାମ ଦାଶ, ଯୁବକ ସଂଘ ପ୍ରତିଷ୍ଠାତା ସଦସ୍ୟ ଚରଣ ଦାସ, ଅବସରପ୍ରାନ୍ତ କ୍ରୀଡା ଶିକ୍ଷକ ଶରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମାନବ ସେବା, ମାଧବ ସେବା’କୁ ପାଥେୟ କରି ଯୁବକ ସଂଘ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ଗ୍ରାମବାସୀ ମାଳତୀ ପଣ୍ଡା ଓ ବାବାଜି ଚରଣ ଦାସଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଆ ଚଳଚିତ୍ର ଅଭିନେତ୍ରୀ ରିୟା ଦେଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଗର ସଙ୍ଗମ ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ଯୁବକ ସଂଘ ସଦସ୍ୟମାନେ ଉସôବ ପରିଚାଳନା କରିଥିଲେ ।